Annual Sports Festival at Saraswati Vidya Niketan, ChhadiapalliAnnual Sports Festival at Saraswati Vidya Niketan, Chhadiapalli

ଆସିକା,୧୯/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଚଢିଆପଲ୍ଲୀ ପଚାଂୟତ ଚଢିଆପଲ୍ଲୀ ଗ୍ରାମ ସରସ୍ୱତୀ ବିଦ୍ୟା ନିକେତନ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠୀତ ହୋଇଛି । ଏହି ଉତ୍ସବ ବିଦ୍ୟାଳୟ ସଭାପତି ତଥା ପ୍ରଧାନ ଆଚାର୍ଯ୍ୟ ବଳରାମ ପ୍ରଧାନଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ଅତିଥି ଭାବେ ଚଢିଆପଲ୍ଲୀ ସରପଚଂ ଜୟସେନ ସ୍ୱାଇଁ, ସମ୍ମାନୀୟ ଅତିଥି ଭାବେ ମଙ୍ଗଳପୁର ସରପଚଂ ଦେବରାଜ ନାହକ, ଚଢିଆପଲ୍ଲୀ ସମିତିସଭ୍ୟା ରୀତା ଜେନା, ଗଣେଶ ଆଚାର୍ଯ୍ୟ, ଗ୍ରାମ ସଭାପତି ଉଦୟ ନାଥ ଗୈାଡ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ମନ୍ତ୍ରପାଠ ଧ୍ୱନୀ ମଧ୍ୟରେ ଗଣେଶ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସହକାରୀ ଆଚାର୍ଯ୍ୟ ଶିବ ପ୍ରସାଦ ନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ ।

ବିଦ୍ୟାଳୟରେ ପାଠ ପଢା ସହିତ କ୍ରୀଡା ଆବଶ୍ୟକତା ରହିଛି । ଏହାକୁ ଛାତ୍ରଛାତ୍ରୀ ମାନେ ନିୟମିତ ଭାବେ ଅଭ୍ୟାସ କରିଲେ ଜୀବନରେ ଜଣେ ଭଲ କ୍ରୀଡାବିତ ସାଙ୍ଗକୁ ଶାରୀରିକ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟବାନ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ରଖିଥିଲେ ।

ଏହି ବାର୍ଷିକ କ୍ରୀଡା ଉତ୍ସବରେ ବିଦ୍ୟାଳୟର ଶତାଧି ଛାତ୍ରଛାତ୍ରୀ ଜିନିଷକୁ ସ୍ପର୍ଶ କରି ନାମ କହିବା, କଲମ ସଜାଡିବା, ଦୈାଡ, ମ୍ୟୁଜିକ ଚେୟାର, ବାଟି ଚାମଚ, ବେଙ୍ଗ ଡିଆଁ, ଦୈାଡି ଡିଆଁ, ଲଙ୍ଗ ଜମ୍ପ, ହାଇ ଜମ୍ପ ପ୍ରମୁଖରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଛନ୍ତି । କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଆଚାର୍ଯ୍ୟ ଗୈାରୀ ଶଙ୍କର ଆଚାର୍ଯ୍ୟ, ସହକାରୀ ଶିକ୍ଷୟତ୍ରୀ ଭାରତୀ ନାୟକ, ମମତା ଗୈାଡ, ସୁମତୀ ବେହେରା, ବି.ଟୁଡୁ ଏବଂ ବିଦ୍ୟାଳୟ କର୍ମଚାରୀ ହଜାରୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।