ଧରାକୋଟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

0 173

ଧରାକୋଟ,୫/୧୦ (ଶୁଣାକଥା) ମନୋଜ କୁମାର ନାୟକ : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗୁରୁବାର ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଧରାକୋଟ ବ୍ଲକ ଜୋନ ନମ୍ବର-୨୯ ଓ ଜୋନ ନମ୍ବର-୩୦ ରେ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ପ୍ରଥମେ ବାହାଁରପୁର ପଞ୍ଚାୟତରେ ବିଜେଡି ଦଳର କର୍ମୀ ଓ ନେତା ମାନେ ପହଞ୍ଚିଥିଲେ । ସେଠାରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ ସଭାପତିତ୍ୱରେ ଡାକିବଜା ଠାରେ ଏକ ପଥପ୍ରାନ୍ତ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା । ଏହାପରେ ଖାରିପଲ୍ଲୀ, ଗୋପାଳପୁର ଏବଂ ମାଧପୁର ଠାରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା ।

ଏହି ପଦଯାତ୍ରାରେ ସଭା ଆରମ୍ଭ ପୂର୍ବରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟାର୍ପଣ କରାଯାଇଥିଲା । ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଏବଂ ବାର୍ତ୍ତାକୁ ପ୍ରତ୍ୟେକ ଘରେ ଘରେ ପହଞ୍ଚାଇବା ଆମର ମୂଳ ଲକ୍ଷ୍ୟ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ଏହାପରେ ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ, ଝରପାରି, ଝାଡବନ୍ଧ, ସିଙ୍ଗିପୁର, ବରଡାବିଲି, ଜାହାଡା, ରୁଗୁମୁ, ଓଳମ୍ବା, ମାଣିକପୁର, ସାବା, ବଳରାମ ପୁର ଓ ମଛାକୋଟ ପ୍ରଭୃତି ପଞ୍ଚାୟତରେ ବିଜୁ ଜନତା ଦଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ଟୁକୁନା ଗୈାଡ ସାଙ୍ଗକୁ ସମସ୍ତ ଗ୍ରାମପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଦଳୀୟ କର୍ମୀ ଓ ନେତା ସାମିଲ ହୋଇ ଓଡିଶା ସରକାରଙ୍କ ବିକାଶ ମୁଳକ କାର୍ଯ୍ୟ ଓ ଜନହୀତକର କାର୍ଯ୍ୟକ୍ରମ ସମ୍ପର୍କୀତ ସୂଚନା ଲୋକଙ୍କୁ ଜଣାଇଥିଲେ ।

Leave A Reply

Your email address will not be published.