ଆସିକା ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ

0 86

ଆସିକା,୨/୧୦ (ମନୋଜ କୁମାର ନାୟକ) – ଆସିକା ବ୍ଲକ ଦେବଭୂମି ପଚାଂୟତରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ସାଂସଦ ପ୍ରମିଳା ବିଷୋୟୀଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଆସିକା ବିଜେଡି କାର୍ଯ୍ୟାଳୟରୁ ଏକ ବିରାଟ ବାଇକ ଶୋଭାଯାତ୍ରା ବାହାର ବିଜୁ ଛକ ଠାରେ ପହଁଚି ଥିଲା ।

ସେଠାରେ ସାଂସଦ ପ୍ରମିଳା ବିଷୋୟୀ ଓ ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଜୁ ପ୍ରତିମୂର୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହାପରେ ଆସିକା ସବଡିଭିଜନ ମେଡିକାଲ ଠାରେ ରୋଗୀଙ୍କୁ ଫଳ ଓ ମିଷ୍ଠାନ ବଟଂନ କରାଯାଇଥିଲା ।

ଦେବଭୂମି ପଚାଂୟତର ବିଭିନ୍ନ ଗ୍ରାମରେ ପଦଯାତ୍ରା କରାଯାଇ ପଥପ୍ରାନ୍ତ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା ।ଏହି ସଭାରେ ସରକାରଙ୍କ ବିଭିନ୍ନ ଜନାଭିମୂଖୀ କାର୍ଯ୍ୟ ସମ୍ପର୍କୀତ ସୁଚନା ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଁଚାଇବା ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ରାଜ୍ୟ ସରକାରଙ୍କ ସ୍ୱଚ୍ଚ ଓ ଦୁର୍ନିତୀମୁକ୍ତ ଶାସନ ଯୋଗୁଁ ଓଡିଶାରେ ଦିର୍ଘ ୨୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଜେଡି ଶାସନ କରି ଆସୁଛି ବୋଲି ପୂର୍ବତନ ସମିତିସଭ୍ୟ ତଥା ବରିଷ୍ଠ ବିିଜେଡି ନେତା ସନ୍ତୋଷ କୁମାର ନାୟକ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେବଭୂମି ଗ୍ରାମପଚାଂୟତ ନୋଡାଲ ହାଇସ୍କୁଲ ଠାରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଜୟୀ ରାଜଗୁରୁ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ଉତ୍କଳମଣି ଗୋପବନ୍ଧୁ ଦାଶ, ବୀର ସୁରେନ୍ଦ୍ର ସାଏ, ଉତ୍କଳ ଗୈାରବ ମଧୁସୂଦନା ଦାଶଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ ।

Leave A Reply

Your email address will not be published.