ଚୋରୀ ଅଳଙ୍କାର ଉଦ୍ଧାର, ପ୍ରକୃତ ମାଲିକକୁ ଫେରସ୍ତ କଲା ଆସିକା ପୋଲିସ

0 131

ଆସିକା,୨/୧୦ (ମନୋଜ କୁମାର ନାୟକ) – ଆସିକା ଥାନା ଅନ୍ତର୍ଗତ ଝଗଡେଇ ଗ୍ରାମ ଇନ୍ଦ୍ରଜିତ ପ୍ରଧାନଙ୍କ ଘରୁ ଗତ ୬ ମାସ ତଳେ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରି ହୋଇଥିଲା । ଏହାପରେ ପୁଣି ଗତ ୨୪ ତାରିଖ ଦିନ ମଧ୍ୟ ସୁନା ଅଳଙ୍କାର ଚୋରି ହୋଇଥିଲା । ଚୋରି ସୁନା ଅଳଙ୍କାର ଆନୁମାନିକ ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ରହିଥିଲା ।

ଏହାକୁ ଭିତିକରି ଇନ୍ଦ୍ରଜିତ ପ୍ରଧାନ ଆସିକା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲ । ଅଭିଯୋଗ ପ୍ରକାରେ ଏକ ବ୍ୟକ୍ତିକୁ ସନ୍ଦେହ ପ୍ରକାଶ କରିଥିବା ଲିଖିତ ଅଭିଯୋଗରେ ଦର୍ଶାଇଥିଲେ । ଆସିକା ଥାନାରେ ଅଭିଯୋଗ ପରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ ।

ଏହାପରେ ଉଦ୍ଧାର ହୋଇଥିବା ଚୋରି ସୁନାକୁ ପୋଲିସ ଝଗଡେଇ ଗ୍ରାମର ପ୍ରକୃତ ମାଲିକ ଇନ୍ଦ୍ରଜିତ ପ୍ରଧାନକୁ ପ୍ରଦାନ କରିଥିଲେ । ଚୋରି ସୁନା ଅଳଙ୍କାର ପାଇବା ପରେ ଇନ୍ଦ୍ରଜିତ ପ୍ରଧାନ ଖୁସି ବ୍ୟକ୍ତ କରିବା ସହିତ ଆସିକା ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ ।

ଏହି ଚୋରି ଘଟଣାକୁ ନେଇ ଆସିକା ଥାନା କେସ ନମ୍ବର- ୫୮୯/୨୩, ଦଫା ୩୭୯ ଆଇ.ପି.ସି ରେ ମାମଲା ରୁଜୁ କରାଯାଇଥିଲା । ଆସିକା ପୋଲିସ ଅଭିଯୁକ୍ତକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି ।

Leave A Reply

Your email address will not be published.