Review of Batta Button and Developmental Works in Jharbandh PachanayatReview of Batta Button and Developmental Works in Jharbandh Pachanayat

ଆସିକା,୨୩/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଝାଡବନ୍ଧ ପଚାଂୟତରେ ଆଜି ସାମାଜିକ ଭତା ବଟଂନ ଓ ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଦେବରାଜ ନାୟକ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ସମ୍ମାନୀୟ ଅତିଥି ରୁପେ ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ସରପଚଂ ଯୋଗେନ୍ଦ୍ର ସ୍ୱାଇଁ, ସମିତିସଭ୍ୟ ନାରାୟଣ ଗୈାଡ, ସମବାୟ ବ୍ୟାଙ୍କ ନିର୍ଦ୍ଧେଶକ ବିପିନ ବିହାରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ପଞ୍ଚାୟତରେ ମଧୁବାବୁ ପେନସନ ଯୋଜନାରେ ପ୍ରାୟ ୮୦ ଜଣ ହିତାଧିକାରୀଙ୍କୁ ଭତା ବଟଂନ କରାଯାଇଥିଲା । ଏହାପରେ ପଚାଂୟତ ସ୍ତରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମିକ୍ଷା କରିଥିବା ବେଳେ ଯଥା ଶୀଘ୍ର ନିର୍ମାଣଧୀନ ପ୍ରକଳ୍ପ ଗୁଡିକୁ ଶେଷ କରିବା ପାଇଁ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ ନିର୍ଦ୍ଧେଶ ଦେଇଥିଲେ ।

ସେହିଭଳି ଦିଗି ଗ୍ରାମର ବିଶ୍ୱେଶ୍ୱର ମନ୍ଦିର ପରିଦର୍ଶନ କରି ୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ଉନ୍ନୟନ କାର୍ଯ୍ୟକୁ ତୁରନ୍ତ ସାରିବା ପାଇଁ ପରାମର୍ଶ ଦେଇଥିଲେ ।