Social allowance distributed to beneficiaries in DharakotSocial allowance distributed to beneficiaries in Dharakot

ଧରାକୋ,୨୨/୯(ମନୋଜ କୁମାରନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆଜି ୫୨୦ ଜଣ ହିତାଧିକାରୀଙ୍କୁ ସାମାଜିକ ଭତ୍ତା ବଣ୍ଟନ କରାଯାଇଛି । ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସମସ୍ତି କରଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ମଧୁ ବାବୁ ପେନସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି ।

ଧରାକୋଟ ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ, ଉପାଧ୍ୟକ୍ଷା ମନୋଜ କୁମାର ସାହୁ, ବି.ଡି.ଓ ଡେନିସ ବେହେରା, ଅତିରିକ୍ତ ବି.ଡି.ଓ ସୁଶିଲ ପଟ୍ଟନାୟକ, ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ସଚିନ କୁମାର ପାତ୍ର, ପ୍ରୋଗ୍ରାମ କୋର୍ଡିନେଟର ବାବୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଧରାକୋଟ ବ୍ଲକରେ ୧୮ଟି ପଚାଂୟତର ହିତାଧିକାରୀଙ୍କୁ ସାମାଜିକ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକରୁ ଅଧିକ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ପାଇଁ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସରକାରଙ୍କ ଏହି ପଦକ୍ଷେପ ଜନସାଧାରଣଙ୍କ ଠାରେ ବେଶ ପ୍ରଶଂସନୀୟ ହୋଇଛି ।