କେନ୍ଦୁପଲି ବିଶିଷ୍ଟ ଜ୍ୟୋର୍ତିବିଦ ଦଣ୍ଡପାଣିଙ୍କ ୮୦ ବର୍ଷରେ ବିୟୋଗ

0 187

ଧରାକୋଟ,୨୩/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବାହାଁରପୁର ପଞ୍ଚାୟତ କେନ୍ଦୁପଲି ଗ୍ରାମର ବିଶିଷ୍ଟ ଜ୍ୟୋର୍ତିବିଦ, ଶିକ୍ଷକ ତଥା କର୍ମକାଣ୍ଡ ପୁରୋହିତ ଦଣ୍ଡପାଣି ତ୍ରିପାଠୀଙ୍କ ପରଲୋକ ହୋଇଛି । ସେ ୮୦ ବର୍ଷ କାଳରେ ନିଜ ଗ୍ରାମ ବାସଭବନରେ ପ୍ରାଣ ତ୍ୟାଗ କରିଥିଲେ ।

ତାଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ୱର୍ଗଦ୍ୱାର ଠାରେ ଶତ୍କାର କରାଯାଇଥିଲା । ଶେଷ ସମୟରେ ତାଙ୍କ ନିକଟରେ ପୁତ୍ର ନିଳକଣ୍ଠ, ମନୋଜ, ଧର୍ମରାଜ, ଝିଅ ମାଧୁରୀ ଓ ଶସ୍ମିତା ଉପସ୍ଥିତ ଥିଲେ ।

ଧରାକୋଟ ଅଚଂଳରେ ସେ ଜଣେ ଧର୍ମପରାୟଣ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ଜୀବନର ସାୟାହ୍ନରେ ସେ ଜଣେ ସାଦାସିଧା ପୂର୍ଣ୍ଣାଙ୍ଗ ମଣିଷଟିଏ ଥିଲେ । ନମ୍ର ନମନୀୟ ଓ କପଟତାଶୂନ୍ୟ ଥିଲା ତାଙ୍କର ହୃଦୟ । ଆନୁଷ୍ଠାନିକ କର୍ମ ହେଉ ଅଥବା ପାରିବାରିକ, ସାମାଜିକ କିମ୍ବା ଆଧ୍ୟାତ୍ମିକ ସବୁଠି ପରିଲକ୍ଷିତ ହେଉଥିଲା ତାଙ୍କର ଉଦାରତାପୂର୍ଣ୍ଣ ହୃଦୟର ନିଷ୍ଠା ଓ କର୍ମ ପ୍ରବଣତା ।

ଶୋକାକୁଳ ପରିବାରଙ୍କ ଯେଉଁ ଅପୂରଣୀୟ କ୍ଷତି ଘଟିଯାଇଛି ତାହା ଭରଣା କରିବାକୁ ମହାପ୍ରଭୁ ଜଗନ୍ନାଥ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସହାୟ ହୋଇଥାନ୍ତୁ ଏବଂ ଜୀବ ସହ ପରମର ଭେଟରେ ବିଶ୍ରାମ ନପଡୁ ଏତିକି ପ୍ରାର୍ଥନା । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ପରେ କେନ୍ଦୁପଲି ଅଚଂଳ ସାଙ୍ଗକୁ ଏହାର ଆଖପାଖ ଅଚଂଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.