Sankula lever science exhibition held at AskaSankula lever science exhibition held at Aska

ଆସିକା,୧୯/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗ ରୋଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଟିତ ହୋଇଛି । ଏହି ବିଭାଗ ଓ ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞା ମେଳା ଦୁଇ ଦିନ ଧରି ଅନୁଷ୍ଠିତ ହେବ ।

ମୁଖ୍ୟ ଅତିଥି ଭାବେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନରାଣି ମହାନ୍ତି ଯୋଗ ଦେଇ ଜ୍ଞାନ ବିଜ୍ଞାନ ମେଳାକୁ ଉଦଘାଟନ କରିଥିବା ବେଳେ ମୁ୍‌ଖ୍ୟବକ୍ତା ରୁପେ ଆସିକା ବିଜ୍ଞାନ ମହାବିଦ୍ୟାଳୟ ରାସାୟନିକ ବିଜ୍ଞାନ ଅଧ୍ୟାପକ ସୁରଜ କୁମାର ପାଣିଗ୍ରାହି, ସମ୍ମାନୀୟ ଅତିଥୀ ରୁପେ ବିଦ୍ୟାଳୟ ପରିଚାଳନା ସଭାପତି ସୁବାଷ ଚନ୍ଦ୍ର ସେନାପତି, ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ, ଓଡିଶା ଶିକ୍ଷା ବିକାଶ ସମିତି ଦକ୍ଷିଣ-ପୂର୍ବ ସମ୍ଭାଗ ବିଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଦକ୍ଷିଣ-ପୂର୍ବ ସମ୍ଭାଗ ବିଭାଗ ସହନିରୀକ୍ଷକ ପଦ୍ମନାଭ ସାମଲ, ଆସିକା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ, ପ୍ରିନ୍ସିପାଲ ବୃନ୍ଦାବନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ସଂଯୋଜନା ସାଙ୍ଗକୁ ଜ୍ଞାନ ବିଜ୍ଞାନ ମେଳାର ମୁ୍‌ଖ୍ୟ ପ୍ରସଙ୍ଗ ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ ।

ଗଞ୍ଜାମ ବିଭାଗ ଅନ୍ତର୍ଗତ ୬ଟି ସଙ୍କୁଳ ବିଭାଗ ଆସିକା, ବ୍ରହ୍ମପୁର, ଛତ୍ରପୁର, ପାରଳାଖେମୁଣ୍ଡି, ଖଲ୍ଲୀକୋଟ ଏବଂ ଫୁଲବାଣି ବିଭାଗ ୩ ଟି ସଙ୍କୁଳ ବିଭାଗ ବାଲିଗୁଡା, ଭଞ୍ଜନଗର, ଫୁଲବାଣୀର ମୋଟ ୨୧୬ ଜଣ ଛାତ୍ରଛାତ୍ରୀ ଜ୍ଞାନ ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ ।

ଏହି ଜ୍ଞାନ ବିଜ୍ଞାନ ମେଳାରେ ଗଣିତ, ବିଜ୍ଞାନରେ ମୋଟ ୩୬ଟି ପ୍ରକଳ୍ପ ଉପସ୍ଥାପନା କରଯାଇଥିଲା । ଏହା ସହିତ ବିଜ୍ଞାନ ପତ୍ରବାଚନ, ଗଣିତ ପତ୍ରବାଚନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏହି ଜ୍ଞାନ ବିଜ୍ଞାନ ମେଳାକୁ ପରିଚାଳନା ପାଇଁ ୨୧ ଜଣ ପରିଚାଳକ ରହିଥିବା ବେଳେ ବିଚାରକ ରୁପେ ୨୭ ଜଣ ନିୟୋଜିତ ହୋଇଥିଲେ ।
ଏହାକୁ ବିଦ୍ୟାଳୟର ଗୁରୁଜୀ, ଗୁରୁମା, ବିଦ୍ୟାଳୟ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।