ବାଳାମଣି ଠାକୁରାଣୀ ଓ ବିଜେ ବୈଦ୍ୟନାଥ ମନ୍ଦିରକୁ ବିଦ୍ୟୁତ ସଂଯୋଗ ଦାବୀ

0 113

ଆସିକା,୪/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତ ଜଗମୋହନ ଗ୍ରାମରେ ବାଳାମଣୀ ଠାକୁରାଣୀ ମନ୍ଦିର ଓ ବିଜେ ବୈଦ୍ୟନାଥ ମନ୍ଦିରକୁ ବିଦ୍ୟୁତ ସଂଯୋଗ ଦାବୀ ହୋଇଛି । ଏନେଇ ଆଜି ଧରାକୋଟ ବିଦ୍ୟୁତ କାର୍ଯ୍ୟାଳୟରେ ପହଁଚି ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଦିର୍ଘ ଦିନ ଧରି ମନ୍ଦିର ପରିସର ଅନ୍ଧକାର ହୋଇ ରହିଆସୁଛି । ପର୍ବପାର୍ବଣ ବେଳେ ଏଠାକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାର ଅସୁବିଧା ହେଉଥିବା ଜଣାଯାଇଛି ।
ଜଗମୋହନ ଗ୍ରାମ ବହୁ ପୁରାତନ ଗ୍ରାମ ସାଙ୍ଗକୁ ଏଠାରେ ଦୁଇଟି ମନ୍ଦିର ରହିଛି । ଏହି ମନ୍ଦିର ସ୍ଥାନରେ ଭକ୍ତ ଶ୍ରଦ୍ଧାଳୁ ଭୋଜି ଭାତ ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତି କାର୍ଯ୍ୟ କରିଥାନ୍ତି ।

କିନ୍ତୁ ଏଠାରେ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଚିନ୍ନ କରାଯାଇଥିଲା । ଏଥିଯୋଗୁଁ ଗ୍ରାମବାସୀ ଅନେକ ଅସୁବିଧା ଭୋଗି ଆସୁଥିଲେ । ରାତ୍ର ସମୟରେ ଏହି ରାସ୍ତା ଦେଇ ଋଷିକୁଲ୍ୟା ନଦୀକୁ ଯିବା ସମୟରେ ଲୋକେ ଅନେକ ଥର ଦୁର୍ଘଟଣାର ଶିକାର ହୋଇଥିବା ନଜିର ରହିଛି ।

ଏଠାରେ ମନ୍ଦିରକୁ ସଂଯୋଗ ଥିବା ବିଦ୍ୟୁତ ତାର ବିପଦଜ୍ଜନକ ଅବସ୍ଥାରେ ଧାନ କ୍ଷେତରେ ଓହଳି ହୋଇ ରହିଥିଲା । ଏ ସମ୍ପର୍କୀତ ସୂଚନା ଧରାକୋଟ ବିଦ୍ୟୂତ ବିଭାଗ ସହକାରୀ ଯନ୍ତ୍ରୀ ତୁଷାର କାନ୍ତ ପାଢୀଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହାକୁ ବାହାର କରି ଦିଆଯାଇଥିଲା ।

ଆଗକୁ ମାଆଙ୍କର ଷୋଳ ପର୍ବ ସହ ଷୋଡଶ ପୂଜା ଅନୁଷ୍ଠୀତ ହେବ । ଏଣୁ ତୁରନ୍ତ ମନ୍ଦିରରେ ବିଦ୍ୟୁତ ସଂଯୋଗ କରିବା ପାଇଁ ଗ୍ରାମବାସୀ ପକ୍ଷରୁ ଦାବୀ କରାଯିବା ପରେ ମନ୍ଦିରରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗ ପକ୍ଷରୁ ପ୍ରତିଶୃତି ପ୍ରଦାନ କରାଯାଇଛି ।

Leave A Reply

Your email address will not be published.