ଓଡିଶା ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ଭାବେ ସୁଦିପ୍ତା ଦାଶ ମନୋନୀତ

0 133

ଆସିକା,୨୨/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଅଖୀଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ନିତା ଡି.ସୈାଜାଙ୍କ ଅନୁମୋଦନ କ୍ରମେ ଆସିକା ନିର୍ବାଚନ ମଣ୍ଡଳୀର ଯୁବ ମହିଳା ନେତ୍ରୀ ସୁଦିପ୍ତା ଦାଶଙ୍କୁ ଓଡିଶା ମହିଳା କଂଗ୍ରେସ ସମ୍ପାଦିକା ରୁପେ ମନୋନୀତ କରାଯାଇଛି ।

ଏ ସମ୍ପର୍କରେ ଓଡିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ସଭାନେତ୍ରୀ ବନ୍ଦିତା ପରିଡା ଏକ ପତ୍ର ମାଧ୍ୟମରେ ସୂଚନା ପ୍ରଦାନ କରିବା ପରେ ଆସିକା ଅଚଂଳରେ କଂଗ୍ରେସ କର୍ମୀଙ୍କ ମହଲରେ ଖୁସିର ଲହରୀ ଦେଖାଦେଇଛି ।

ଏହି ସଫଳତାର ଶ୍ରେୟ ଯୁବ ମହିଳା ନେତ୍ରୀ ସୁଦିପ୍ତା ଦାଶ ସମସ୍ତ କର୍ମୀଙ୍କୁ ଦେଇଥିବା ବେଳେ ଅଖୀଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସୁଶ୍ରୀ ନିତା ଡି.ସୋଜା ଓ ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଆଗାମୀ ଦିନରେ ଆସିକା ନିର୍ବାଚନ ମଣ୍ଡଳରେ ତୃଣମୂଳ ସ୍ତରରେ କଂଗ୍ରେସକୁ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ପ୍ରୟାସ ଜାରି କରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.