ସୁନାରୀଝୋଳ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ବ୍ରହ୍ମପୁର ମେଡିକାଲରେ ଗୁରୁତର ଦୁଇ ମୃତ

0 102

କବିସୂର୍ଯ୍ୟନଗର,୪/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରୀଝୋଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତ ଦୁଇ ଜଣ ହେଲେ ମିଥୁନ ଭୂୟାଁ ଓ ଲିପୁନ ସ୍ୱାଇଁ । ସେମାନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କବିସୂର୍ଯ୍ୟନଗର ମେଡିକାଲ ଭର୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ ସୁନାରୀଝୋଳ ଗ୍ରାମରେ ଦୁଇ ସମ୍ପର୍କୀୟ ଭାଇ ମିଥୁନ ଭୂୟାଁ ଓ ଜାନକୀ ଭୂୟାଁ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା । ଏଥିପାଇଁ ଅନେକ ଥର ସେମାନଙ୍କ ମଧ୍ୟରେ ଗଣ୍ଡୋଗଳ ଲାଗି ରହୁଥିଲା । ଆଜି ସଂଧ୍ୟା ସମୟରେ ମୃତ ମିଥୁନ ଭୂୟାଁ ଓ ସମ୍ପର୍କୀୟ ଶଳା ହିଞ୍ଜିଳିକାଟୁ ନୁଆଗଡର ଲିପୁନ ସ୍ୱାଇଁ ବାଇକ ଯୋଗେ ଆସୁଥିଲେ । ପୁର୍ବ ଯୋଜନା ଅନୁଯାୟୀ ଜାନକୀ ଭୂୟାଁ ଓ ତାଙ୍କ ପରିବାରର ପ୍ରାୟ ୮ ଜଣ ସଦସ୍ୟ ମିଶି କରି ଅତର୍କିତ ଭାବେ ମିଥୁନ ଭୂୟାଁ ଓ ଲିପୁନ ସ୍ୱାଇଁଙ୍କୁ ଆକ୍ରମଣ କରିଥିଲେ ।

ଧାରୁଆ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିନେଇଥିଲେ । ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ ଯୋଗୁଁ ମିଥୁନ ଓ ଲିପୁନ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ କବିସୂର୍ଯ୍ୟନଗର ଥାନାରେ ଭର୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ମିଳିବା ପରେ କବିସୂର୍ଯ୍ୟନଗର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ । କବିସୂର୍ଯ୍ୟନଗର ଥାନାରେ ଆକ୍ରମଣକାରୀ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ସେପେଟ ମୃତ ମିଥୁନ ଭୂୟାଁ ଟ୍ରାକ୍ଟର ରଖି ବ୍ୟବସାୟ କରୁଥିଲେ । ତାଙ୍କ ସହିତ ହିଞ୍ଜିଳୀକାଟୁ ନୁଆଗଡର ମୃତ ଲିପୁନ ସ୍ୱାଇଁ କାମ କରି ରହୁଥିଲେ ।

Leave A Reply

Your email address will not be published.