Swachh Seva Day is observed in AskaSwachh Seva Day is observed in Aska

ଆସିକା,୧/୧୦ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାପିତ ଅଚଂଳ ପରିଷଦ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀ ଜନ୍ମ ଶତବାର୍ଷିକୀ ଅବସରରେ ସ୍ୱଚ୍ଚ ସେବା ଦିବସ ପାଳିତ ହୋଇଛି । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ପୈାରହିତ୍ୟରେ ସ୍ୱଚ୍ଚ ସେବା ଦିବସ ପାଳିତ ହୋଇଥିବା ବେଳେ ମୂଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗ ଦେଇଥିଲେ ।

ଆସିକା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୧୮ ଗୋଟି ୱାର୍ଡରେ ସ୍ଥାନୀୟ କାଉନସିଲରଙ୍କ ଉପସ୍ଥିତିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ସଫେଇ ମିତ୍ରଙ୍କ ସଂଯୋଜନାରେ ୱାର୍ଡ ବାସିନ୍ଦାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱଚ୍ଚ ଭାରତ ମିଶନ ଆନୁକୂଲ୍ୟରେ ସହରାଞ୍ଚଳ ଓ ଗ୍ରାମୀଣ ପରିବେଶରେ ପରିଷ୍କାର ପରିଚ୍ଚନ୍ନତା ବଜାୟ ରଖିବା ସହ ଏକ ସୁସ୍ଥ ତଥା ଆବର୍ଜନାମୁକ୍ତ ଭାରତ ଗଠନ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି । ରାସ୍ତାଘାଟ, ଜଳାଶୟ, ସର୍ବସାଧାରଣ ସ୍ଥାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ସ୍ୱଚ୍ଚତା ବଜାୟ ରଖିବା ସହ ଉତ୍ତମ, ପ୍ରଦୂଷଣ ମୁକ୍ତ ଓ ସ୍ୱାସ୍ଥ୍ୟପ୍ରଦ ପରିବେଶ ସୃଷ୍ଟି କରିବା ଉଦ୍ଧେଶ୍ୟରେ ସଚେତନତା ଅଭିଯାନ ଆରମ୍ଭ ହୋଇଥିବା ସାଂସଦ ପ୍ରମିଳା ବିଷୋୟୀ ଓ ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ ।

ଆସିକା ଏନଏସିର ସମସ୍ତ ୧୮ଟି ୱାର୍ଡରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଏନଏସି କାର୍ଯ୍ୟନିର୍ବାହିି ଅଧିକାରୀ ଲୋକନାଥ ବେଜ, କାଉନସିଲର ମଦନ ମୋହନ ନାୟକ, କାଉନସିଲର ସୁଜାତା ପୋଲାଇ, ସ୍ୱଚ୍ଚ ସୁପରଭାଇଜର ନମିତା ଗୈାଡ ସମେତ ସମସ୍ତ କାଉନସିଲର, ସ୍ୱଂୟ ସହାୟିକା ଗୋଷ୍ଠୀ, ବୁଦ୍ଧିଜୀବୀ,କର୍ମଚାରୀ ମୁନା ଗୈାଡ, ସୁଶିଲ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।