ଚନ୍ଦ୍ରଶେଖରପୁର ଆର.ସି.ଏମ ଜଗନ୍ନାଥ ପ୍ରେକ୍ଷାଳୟରେ ତିନି ଦିନିଆ ପ୍ରବଚକ ପ୍ରଶିକ୍ଷଣ ଶିବିର

0 201

ଭୁବନେଶ୍ୱର,୨୨/୯ (ମନୋଜ କୁମାର ନାୟକ) – ଭୁବନେଶ୍ୱର ସ୍ଥିତ ଚନ୍ଦ୍ରଶେଖର ଆର.ସି.ଏମ ଜଗନ୍ନାଥ ମନ୍ଦିର ପ୍ରେକ୍ଷାଳୟ ଠାରେ ଆଜି ତିନି ଦିନିଆ ପ୍ରବାଚକ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିର ପ୍ରତ୍ୟେକ ଦିନ ସକାଳ ୯ ଘଟଂ ସମୟରୁ ରାତି ୯ ଘଟଂ ପର୍ଯ୍ୟନ୍ତ ଚାଲିବ ।

ପୁରୀ ଗଜପତି ମହାରଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ ଆଜି ପୂର୍ବାହ୍ନରେ ଶୁଭ ଉଦଘାଟନ ହୋଇଛି । ଶ୍ରୀମଦ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣର ବ୍ୟାପକ ପ୍ରଚାର, ପ୍ରସାର ପାଇଁ ସମସ୍ତ ଶାସ୍ତ୍ରର କଥା ବସ୍ତୁ ସମ୍ବଳିତ ପ୍ରଶିକ୍ଷଣ ଶିବିର ହୋଇଛି ।

ପୁରୀ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା, ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ଶ୍ରୀ ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦର ମିଳିତ ସହଯୋଗରେ ପ୍ରବାଚକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି ।

ଭାଗବତ ଗୀତାର ସରଳ ପ୍ରଚାର ପ୍ରସାର ପାଇଁ ଖୋର୍ଦ୍ଧା ଜିଲ୍ଲାର ସଂକୀର୍ତନ ମଣ୍ଡଳୀର ଗାୟକ, ଗାୟିକା, ସଭ୍ୟା,ସଭ୍ୟ ପ୍ରମୁଖ ଦାୟିତ୍ୱ ନେଇଥିବା ବେଳେ ଭଗବତ ଗୀତା, ଭାଗବତ ଓ ସ୍କନ୍ଦ ପୁରାଣ ପ୍ରବଚନ ମାଧ୍ୟମରେ ଶିକ୍ଷାନୁଷ୍ଠାନ, ଗ୍ରାମାଚଂଳ, ସହରାଚଂଳ ଠାରେ ଆୟୋଜନ କରି ଧାର୍ମିକ, ଆଧ୍ୟାତ୍ମିକ ଓ ସାମାଜିକ ମୂଲ୍ୟବୋଧର ପ୍ରଚାର କରିବା ଲକ୍ଷ୍ୟ ରହିଛି ।

ଏହା ସହିତ ଉତମ ପ୍ରବଚନ ଶୈଳୀ ସମ୍ପର୍କରେ ତାଲିମ ପ୍ରଦାନ କରାଯିବା ପରେ ପ୍ରଚାର ପ୍ରସାର ଦାୟିତ୍ୱ ନେଇ ବ୍ୟାପକ ପ୍ରଚାର କରିବେ ବୋଲି ପ୍ରଶିକ୍ଷଣ ଶିବିରରେ ସୂଚନା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମହାପ୍ରଭୁଙ୍କ ଠାରେ ସମର୍ପିତ ହୋଇ ଶିବିରରେ ଉପସ୍ଥିତ ଥିବା ସନ୍ଥ ମାନଙ୍କୁ ଜ୍ଞାନ ଆହରଣ କରି ପ୍ରଭୁଙ୍କ ଆର୍ଶିବାଦରେ ସମସ୍ତ ପ୍ରଶିକ୍ଷାର୍ଥୀ ଅନୁପ୍ରାଣିତ ହେଲେ ହିଁ ପ୍ରଶିକ୍ଷଣ ଶିବିରର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ଶତ ପ୍ରତିଶତ ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ପ୍ରଶିକ୍ଷଣ ଶିବିରରେ ସଂଯୋଜକ ବାସୁଦେବ ଭଟ୍ଟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଂଗଠନ ସଚିବ ଡଃ.କରୁଣାକର ପ୍ରଧାନ ଅତିଥି ମାନଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା କରିବା ସହିତ ସେମାନଙ୍କ ପରିଚୟ ପ୍ରଦାନ କରିଥିିଲେ ।

ସଭାପତି ସୁଦର୍ଶନ ନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କେନ୍ଦ୍ରୀୟ କାର୍ଯ୍ୟକାରୀ ସଭାପତି ପୂଜ୍ୟ ମହନ୍ତ ଶ୍ରୀ ରାମକୃଷ୍ଣ ଦାଶ ମହାରାଜ ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କୀତ ସୁଚନା ପ୍ରଦାନ କରିଥିଲେ ।

କେନ୍ଦ୍ରୀୟ ସଭାପତି ଶ୍ରୀ ସଚ୍ଚିଦାନନ୍ଦ ଦାଶ ମହାରାଜ ଭକ୍ତିଭାବ, ଆଧ୍ୟାତ୍ମିକ ଶକ୍ତି ନିର୍ମାଣରେ ପ୍ରବାଚକଙ୍କ ଭୂମିକା, ସ୍ୱାମୀ ସଦାନନ୍ଦ ସରସ୍ୱତୀ ଜ୍ଞାନ ଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ପୂଜ୍ୟ ସ୍ୱାମୀ ଜଗଦିଶ ନନ୍ଦ ସରସ୍ୱତୀ କର୍ମଯୋଗ, ସ୍ୱାମୀ ଆଖଣ୍ଡ ନନ୍ଦ ସରସ୍ୱତୀ ଭକ୍ତିଯୋଗ, ପୂଜ୍ୟ ବାବା ସତ୍ୟାନନ୍ଦ ଦାଶ ମହାରାଜ ଭାଗବତ କଥା, ପୂଜ୍ୟ ସ୍ୱାମୀ ଦିବ୍ୟାନନ୍ଦ ସରସ୍ୱତୀ ମହାରାଜ ଶାସ୍ତ୍ର ସମ୍ଭନ୍ଧୀୟ ଆଶ୍ରିବଚନ ପ୍ରଦାନ କରି ଶିବିରକୁ ଜ୍ଞାନାଲୋକ ପ୍ରଦାନ କରିଥିଲେ ।

ଆର.ସି.ଏମ ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରବୀର ପାଲଙ୍କୁ ଗଜପତି ମହାରାଜ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସହିତ ଜଗନ୍ନାଥ ସଂସ୍କୃତିର ପ୍ରସାର ପ୍ରଚାର, ଅନେକ ସଂକୀର୍ତନ ସମାରୋହ ଏବଂ ୨୦ ହଜାର ଗୀତା ବଟଂନ କରିଥିବାରୁ ବାସୁଦେବ ଭଟ୍ଟ ଯଶସ୍ୱୀ ସମ୍ମାନରେ ସମ୍ମାନୀତ କରିଥିଲେ ।

ଏହି ଶିବିରରେ ପ୍ରତିଷ୍ଠାନର ପଦାଧିକାରୀ ପ୍ରଦିପ ସାହୁ, ଅସିତ ମହାନ୍ତି, ପ୍ରସନ୍ନ ବିଷୋୟୀ, ରାମ ନାରାୟଣ ମହାନ୍ତି, ଜଗନ୍ନାଥ ପଣ୍ଡା, ହରେକୃଷ୍ଣ ପ୍ରତିହାରୀ ଆଦି ବିଭିନ୍ନ ପର୍ଯ୍ୟାୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ଖୋର୍ଦ୍ଧାର ଶ୍ରୀ ଜଗନ୍ନାଥ ନାମ ସଂକୀର୍ତନ ପରିଷଦର ସଭାପତି ପ୍ରସନ୍ନ ବଡଜେନା, ସମ୍ପାଦକ ସୁଦର୍ଶନ ଚମ୍ପତି, ପ୍ରଶାନ୍ତ ସ୍ୱାଇଁ, ମାୟାଧର ହୋତା, ବେଣୁଧର ଜେନା, ଅକ୍ଷୟ ବରାଳ, ଦୁର୍ଯୟ ମହାନ୍ତି, ନିରାକାର ଜେନା, ପ୍ରତାପ ଜେନା, ଦେବେନ୍ଦ୍ର ବରାଳ ଆଦିଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକରୁ ୪ ଶହରୁ ଉର୍ଦ୍ଧ ପ୍ରଶିକ୍ଷାର୍ଥୀ ପ୍ରବାଚକ ଶିବିରରେ ପ୍ରଶିକ୍ଷଣ ନେଇଛନ୍ତି ।

ସଂସ୍କୃତି ବିଭାଗ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା । ସୁବ୍ରତ, ଶୁଭକାନ୍ତ, ସୁଶୀଲ, ପୂଜା, କୁଳମଣି, ଯୋଗେଶ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଅଭାସି ମାଧ୍ୟମରେ ଉଦଯାପନ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.