ଆସିକା ‘ମମ’ ଶିକ୍ଷାନୁଷ୍ଠାନ ପକ୍ଷରୁ ତିରିଶି ହଜାର ଗଣେଶ ମୂର୍ତ୍ତି ପୂଜିତ

0 106

ଆସିକା,୨୦/୯ (ମନୋଜ କୁମାର ନାୟକ) – ଆସିକା ସହର ଉପକଣ୍ଠ ‘ମମ’ ଶିକ୍ଷାନୁଷ୍ଠାନରେ ତିରିଶି ହଜାର ଗଣେଶ ମୂର୍ତ୍ତି ପୂଜିତ ହୋଇଛି । କେଉଁ ମୂର୍ତ୍ତି ଧ୍ୟାନ ମୂଦ୍ରାରେ ତ ଆଉ ଅନ୍ୟଟି ଆଶ୍ରୀବାଦ ମୂଦ୍ରା ଓ ତାଣ୍ଡବ ମୂଦ୍ରାରେ ପୂଜିତ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶୀତ କରାଯାଇଛି ।

ଭଳିକି ଭଳି ଗଣେଶ ମୂର୍ତ୍ତି ସହ ବିଭିନ୍ନ ପ୍ରକାର ଧାତୁ, ଶସ୍ୟ, ପଥର, ମୁଲ୍ୟବାନ ବସ୍ତୁରେ ନିର୍ମିତ ଗଣେଶ ମୂର୍ତ୍ତିକୁ ପୂଜା କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀଙ୍କ ନିଷ୍ଠା ଓ ଭକ୍ତିମୟ ପରିବେଶ ସୃଷ୍ଟି ପାଇଁ ଗଣେଶ ମୂର୍ତ୍ତି ପ୍ରଦର୍ଶୀତ କରାଯାଇଥିଲା ।

‘ମମ’ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ପ୍ରଣବ ରଥଙ୍କ ମାର୍ଗ ଦର୍ଶନରେ ବିଦ୍ୟାର ଆଧାର ହେଉଛନ୍ତି ଶ୍ରୀ ଗଣେଶ । ତାଙ୍କ ପ୍ରତି ଭାବ ଓ ଏକାଗ୍ରତ ଚିତ୍ତ ଲଗାଇ ସ୍କୁଲର ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ପ୍ରକାରର ଗଣେଶ ସଂଗ୍ରହ କରାଯାଇଥିଲା ।

ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ପନିପରିବା, କାଚ, ପଥର, ଗୋଡି, ମାଟି, ଶସ୍ୟ, ଧାନ, ମାଣ୍ଡିଆ, ବିରି, ମୁଗ, ମଞ୍ଜି ଭଳି ଅନେକ ପଦାର୍ଥରେ ଗଣେଶ ମୂର୍ତ୍ତି ନିର୍ମାଣ କରିଛନ୍ତି । ଏପରିକି ବର୍ଜ୍ୟବସ୍ତକୁ ଦେଇଛନ୍ତି ସ୍ୱରୂପ ଓ ଜୀବନ ।

ପିଲାଙ୍କ ଏକାଗ୍ରତା ବୃଦ୍ଧି ସକାଶେ ‘ମମ’ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାତା ପ୍ରଭୁ ଅଗ୍ରପୂଜ୍ୟ ଗଜାନନଙ୍କ ପାଇଁ ଭଳିକି ଭଳି ମୂର୍ତ୍ତି ତିଆରୀ କରିଛନ୍ତି । ପାଠ ପଢିବା ସହିତ ପିଲାଙ୍କ ଅନ୍ତର୍ନିିହିତ ଜ୍ଞାନକୁ ଜାଗ୍ରତ କରିବା ପାଇଁ ପ୍ରୟାସ କରାଯାଇଛି ।

ଛାତ୍ରଛାତ୍ରୀଙ୍କ ଚିନ୍ତା ଓ ଚେତନାକୁ ସମ୍ମାନ ଦେଇ ଅଭିଭାବକ ମାନେ ମଧ୍ୟ ଗଣେଶ ମୂର୍ତ୍ତିଦେଇଛନ୍ତି । ବହୁ ସଂଖ୍ୟାରେ ଗଣେଶ ସଂଗ୍ରହ ହୋଇଥିବାରୁ ତାକୁ ନେଇ ଏକ ମନ୍ଦିର ସ୍ଥାପନ ପାଇଁ ଚିନ୍ତା କରାଯାଇଥିବା ସ୍କୁଲ ସମ୍ପାଦକ ରବୀନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଥିଲେ ।

Leave A Reply

Your email address will not be published.