ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ଏଡସ ସଚେତନତା ଶିବିର

0 60

ଆସିକା,୧/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ବିଶ୍ୱ ଏଡସ୍ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜିବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା ।

ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ଉପଦେଷ୍ଟା ରାଜେଶ କୁମାର ସାହୁ ଓ ଡଃ.ଅଜିତ କୁମାର ମୁନିଙ୍କ ସହଭାଗିତାରେ ବିଶ୍ୱ ଏଡସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଡେମୋନଷ୍ଟ୍ରଟର ଧନଞ୍ଜୟ କୁମାର ମହାପାତ୍ର ବେଦ ମନ୍ତ୍ର ପାଠ କରି ଅତିଥିଙ୍କ ଦ୍ୱାରା ଦେବ ବିଗ୍ରହ ସହିତ ରେଡକ୍ରସର ପୃଷ୍ଠପୋଷକ ସାର ହେନରୀ ଡ୍ୟୁନାଟଙ୍କ ବିଗ୍ରହରେ ପୁଷ୍ପମାଲ୍ୟାର୍ପଣ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଆସିକା ସବଡିଭିଜନ ମେଡିକାଲ ଏଡସ ଏବଂ ଏଚଆଇଭି ୟୁନିଟ ବରିଷ୍ଠ ପ୍ରୟୋଗଶାଳା ନିୟନ୍ତ୍ରକ ଡଃ.ରାଜେନ୍ଦ୍ର କୁମାର ପାତ୍ର, ସମ୍ମାନୀୟ ଅତିଥି ଭାବେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଡଃ.ପ୍ରସନ୍ନ କୁମାର ପ୍ରଧାନ,ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ତଥା ଏନସିସି ମେଜର ଡଃ.ଶଙ୍କର ପ୍ରସାଦ ଅଧିକାରୀ, ସହ ପ୍ରଶାସନିକ ଅଧିକାରୀ ଡଃ.ଅଭୟ କେଶରୀ ପରିଛା ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମଚାଂସୀନ ଥିଲେ ।

ଏହି କାର୍ଯ୍ୟକ୍ରମରେ ଭାରତୀୟ ସଂସ୍କୃତିର ଧୈର୍ଯ୍ୟ, ସହନଶୀଳତା, ନୈତିକତା ତଥା ଚାରିତ୍ରିକ ଗୁଣାବଳୀକୁ ଆବୋରୀ ନେଲେ ହିଁ ସମାଜ ଏଡସ ଭଳି ରାକ୍ଷସ କବଳରୁ ମୁକ୍ତି ପାଇପାରିବ ବୋଲି ଯୁବା ପିଢୀଙ୍କୁ ଆହ୍ୱାନ କରାଯାଇଥିଲା । ଏଡସ ରୋଗୀଙ୍କୁ ନୁହେଁ, ରୋଗକୁ ଘୃଣା କର ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠି ଛାତ୍ରଛାତ୍ରୀଙ୍କୁ ସଚେତନତାର ଗୁରୁମନ୍ତ୍ର ପ୍ରତିପୋଷଣ କରିଥିଲେ ।

ଏହା ସହିତ ଯୁବାପିଢୀଙ୍କୁ ନୈତିକତା, ସଂଯମତା, ଚାରିତ୍ରିକ ଗୁଣାବଳୀକୁ ଆପଣାଇବା ପାଇଁ ଅନୁରୂପ ମନ୍ତ୍ର ଏବଂ ଭବିଷ୍ୟତରେ ଏକ ସ୍ତ୍ରୀ ଏକ ପତ୍ନ୍ ବ୍ରତ ଧାରଣ କରିବା ପାଇଁ ଆହ୍ୱାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ପାତ୍ର ଏଡସ ଏବଂ ଏଚଆଇଭି ସମ୍ଭନ୍ଧୀୟ ବୈଷୟିକ ସୂତ୍ରରେ ବାର୍ତା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ସଚେତନତା ତଥା ଏଡସରୁ ନିବୃତ ରହିବା ପାଇଁ ଶପଥ ପାଠ କରାଇଥିଲେ ।

ଏନଏସଏସ ଅଧିକାରୀ ପବିତ୍ର ଧଙ୍ଗଡମାଝୀ ଓ ଚନ୍ଦନ ମାରାଣ୍ଡି ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆୟୋଜିତ ଏଡସ ସଚେତନତା ସମ୍ଭନ୍ଧୀୟ ପ୍ରଶ୍ନୋତର ପରିକ୍ଷା ସୂଚାରୁ ରୁପେ ସମ୍ପାଦନ କରିଥିଲେ । ଏହା ସହିତ ବିଶ୍ୱ ଏଡସ ଦିବସ ନିମନ୍ତେ ଆୟୋଜିତ ପ୍ରାଞ୍ଜଳ ଭାଷଣ, ନିବନ୍ଧ ତଥା ପ୍ରଶ୍ନୋତର ପ୍ରତିଯୋଗିତାରେ କୃିତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ବେଳେ ଯୁବ ରେଡକ୍ରସ ୟୁନିଟ, ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ସଂସ୍ଥା ସ୍ୱେଚ୍ଚାସେବୀ, ମହାବିଦ୍ୟାଳୟ ଶତାଧିକ ଛାତ୍ରଛାତ୍ରୀ ଏଡସ ଦାଉରୁ ରକ୍ଷା ପାଇଁ ସଚେତନତା ବାର୍ତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ରାଜେଶ କୁମାର ସାହୁ ପରିଚାଳନା ସାଙ୍ଗକୁ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.