ବିଜୟା ଦଶମୀରେ ଆସିକା ଶାନ୍ତି ଶକ୍ତି ଭବନ ପକ୍ଷରୁ ସନ୍ଦେଶ ଯାତ୍ରା

0 58

ଆସିକା,୧୨/୧୧(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ଶାନ୍ତି ଶକ୍ତି ଭବନ ପକ୍ଷରୁ ବିଜୟା ଦଶମୀ ପାଳିତ ହୋଇଛି । ଏହି ଅବସରରେ ଶାନ୍ତି ଶକ୍ତି ଭବନ ଦ୍ୱାରା ଏକ ସନ୍ଦେଶ ଯାତ୍ରା ସହର ପରିକ୍ରମା କରି ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗା ପୂଜା ଶୁଭେଚ୍ଚା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଶାନ୍ତି ଭକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣି ସଂଯୋଜନା କରିଥିଲେ । ରାଜଯୋଗ ଆଧାରରେ ଆତ୍ମିକ ଶକ୍ତିକୁ ଜାଗ୍ରତ କରିବା ଦ୍ୱାରା ବିଷମ ପରିସ୍ଥିତିରେ ଉଚିତ ନିର୍ଣ୍ଣୟ ନେବା ସମ୍ଭବ ହୁଏ । ନିଜ ଭିତରେ ଥିବା ରାବଣକୁ ଦମନ କରିବା ହିଁ ପ୍ରକୃତ ଦଶହରା ଅଟେ ବୋଲି କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରାଯାଇଥିଲା ।

ଆସିକା ସହର ପରିକ୍ରମା ବେଳେ ଚୈତନ୍ୟ ରଥରେ ରଥା ରୁଢ ଚୈତନ୍ୟ ଦେବୀ ରୁପେ ବ୍ରହ୍ମକ୍‌ୁ୍‌ମାରୀ ସବୁ ବରଦାନୀ ମୁଦ୍ରାରେ ରହି ଦୃଷ୍ଟି ଓ ବୃତି ଦ୍ୱାରା ସମସ୍ତଙ୍କୁ ଇଶ୍ୱରୀୟ ଆର୍ଶୀବାଦର ଅନୁଭବ କରାଉଥିଲେ ।

ଏହି ଶୋଭାଯାତ୍ରାରେ ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ପାଟ୍ଟପୁର, ଶେରଗଡ ପ୍ରଭୃତି ବ୍ଲକରୁ ଶତାଧିକ ଭାଇ, ଭଉଣୀ ସହର ପରିକ୍ରମା ନିଜର ଶୁଭାକାମନା କରିଥିଲେ ।

Leave A Reply

Your email address will not be published.