ଧରାକୋଟ ବ୍ଲକରେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଣ୍ଟନ

0 155

ଆସିକା,୮/୮ (ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ପରିସରରେ ଆଜି ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ଉପକରଣ ବଟଂନ କରାଯାଇଛି । ଧରାକୋଟ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ, ବି.ଡି.ଓ ଡେନିସ ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଚିନ ପାତ୍ର, ପୂର୍ବତନ ସରପଞ୍ଚ ଦିଲ୍ଲୀପ ସ୍ୱାଇଁ, ବ୍ଲକ ପ୍ରକଳ୍ପ ସଂଯୋଜକ କୃଷ୍ଣ କାନ୍ତ ପଣ୍ଡା, ବିଭାଗୀୟ କର୍ମଚାରୀ ଧୀରେନ୍ଦ୍ର ଗୈାଡ ପ୍ରମୁଖ ଯୋଗ ଦେଇଥିଲେ ।

ଧରାକୋଟ ବ୍ଲକ ପରିସରରେ ଚାରି ଜଣ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଏବଂ ଆଠ ଜଣଙ୍କୁ ହୁଇଲ ଚେୟାର ବଟଂନ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିବା ମଧୁବାବୁ ପେନସନ ଯୋଜନାରେ ଅଧିକରୁ ଅଧିକ ଭିନ୍ନକ୍ଷମ ବ୍ୟକ୍ତି ସାମିଲ କରିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଏ ଦିଗରେ ଦୃଷ୍ଟି ଦେବା ପାଇଁ ବିଭାଗୀୟ ଅଧିକାରଙ୍କୁ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ ନିର୍ଦ୍ଧେଶ ଦେଇଥିଲେ ।

Leave A Reply

Your email address will not be published.