ଆସିକା,୪/୪ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଚରଣ ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଉତ୍ସବରେ ଅତିଥି ଭାବେ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ, ସମିତିସଭ୍ୟ ସନ୍ତୋଷ କୁମାର ଜେନା,ପୂର୍ବତନ ସରପଞ୍ଚ ଅନିଲ କୁମାର ନାୟକ, ମିଳିତ ଶିକ୍ଷକ ସଂଘ ନେତା ସନ୍ତୋଷ ସେଠି, ସମ୍ପାଦକ ସରୋଜ କୁମାର ନାୟକ, ବେଣୀଆ ସହକାରୀ ଶିକ୍ଷକ ସୁଦାମ ବାଡତ୍ୟା ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନୁର୍ଦ୍ଧର ମୁନୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବେଣୀଆ ସହକାରୀ ଶିକ୍ଷକ ସୁଦାମ ବାଡତ୍ୟା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ଶିକ୍ଷକ ପବିତ୍ର ମୋହନ ଉଦଗାତା ବାର୍ଷିକ ଉତ୍ସବକୁ ସଂଯୋଜନା କରିଥିଲେ । ବିଦ୍ୟାଳୟର ଅନ୍ୟତମ ସହକାରୀ ଶିକ୍ଷକ ଅସିତ ସିଅ, ସତିଶ ସ୍ୱାଇଁ ଓ ଲକ୍ଷ୍ମୀପ୍ରିୟା ପାତ୍ର ପ୍ରମୁଖ ବାର୍ଷିକ ଉତ୍ସବକୁ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହାପରେ ଅତିଥି ମାନଙ୍କ ଦ୍ୱାରା ମନ୍ତ୍ରପାଠ ଧ୍ୱନୀରେ ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବାର୍ଷିକ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା କ୍ରୀଡା, ନୃତ୍ୟ, ଚିତ୍ର ଏ୍ବଂ ସଙ୍ଗୀତରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ସହ ପୁରସ୍କୃତ କରାଯାଇଥିଲା ।
ଶିକ୍ଷା ଦେଶର ମାନଦଣ୍ଡ ହୋଇଥିବା ବେଳେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଉତମ ମଣିଷ ଗଠନ କରିବା ଦିଗାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଶିକ୍ଷା ଅଜ୍ଞାତର ଅନ୍ଧକାରକୁ ବିନଷ୍ଟ କରି ମନୁଷ୍ୟର ଚୈତନୋଦୟରେ ସହାୟକ ହୋଇଥାଏ । ବିଦ୍ୟାଳୟରେ ଶିକ୍ଷା ପ୍ରଦାନ କରିବା ସହିତ ଛାତ୍ରଛାତ୍ରୀଙ୍କ ବିଚାର ବୁଦ୍ଧିକୁ ବଢାଇବା ଦିଗରେ ସର୍ବଦା ଦାୟିତ୍ୱ ତୁଲାଇଥାଏ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲ୍ଲିପ ପରିଡା, ଉର୍ମିଳା ନାହାକ, ଲକ୍ଷ୍ମୀପ୍ରିୟା ପାତ୍ର, ରମେଶ ଚନ୍ଦ୍ର ଚୈାଧୁରୀ, ଲିତା କୁମାରୀ ଜେନା, ମୈାସୁମୀ ସାମନ୍ତରାୟ, ସୁପ୍ରଭା ସାହୁ, ପବିତ୍ର ମୋହନ ଉଦଗାତା, ସୁଧିର କୁମାର ସିୟ, ସତିଶ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଅଭିଭାବକ, ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।