ମୁଣ୍ଡମରାଇ ଠାରେ ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ

0 93

ଆସିକା,୨୦/୯ (ମନୋଜ କୁମାର ନାୟକ)– ଗଞ୍ଜାମ ଜିଲ୍ଲା ଧରାକୋଟ ତାଲୁକା ବିଶ୍ୱକର୍ମା ସମାଜ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଛି । ମୁଣ୍ଡମରାଇ ସ୍ଥିତ ହିରାଖଣ୍ଡି ବିଶ୍ୱକର୍ମା ମନ୍ଦିର ଠାରେ କର୍ମକର୍ତା ନିର୍ବାଚନ ଅନୁଷ୍ଟିତ ହୋଇଥିବା ବେଳେ ରାଜଶ୍ରୀ ଦୟାନିଧୀ ମହାରଣା ଓ ସଭାପତି ତାରିଣୀ ଚରଣ ମହାରଣାଙ୍କ ତତ୍ୱାବାଧାନରେ ହୋଇଥିଲା ।

ଏହି କର୍ମକର୍ତା ନିର୍ବାଚନ ବେଳେ ବଢେଇ କୂଳ ସମାଜର ପ୍ରାୟ ୫ ଶହ ଜଣ ଯୋଗ ଦେଇଥିଲେ । ଏଥିରେ ସଭାପତି ରୁପେ ତାରିଣୀ ଚରଣ ମହାରଣା, ସମ୍ପାଦକ ରୁପେ ହାଡୁବନ୍ଧୁ ମହାରଣା, ଉପସଭାପତି ରୁପେ ବାବୁଲା ମହାରଣା, ସହସମ୍ପାଦକ ରୁପେ ଉମାଚରଣ ମହାରଣା, ସୁବାଷ ଚନ୍ଦ୍ର ମହାରଣା, କୋଷାଧ୍ୟକ୍ଷ ରୁପେ ଡାକ୍ତର ମହାରଣା ପ୍ରମୁଖ ନିର୍ବାଚିତ ହୋଇଥିଲେ ।

ଯାଞ୍ଚ କମିଟି ସଭ୍ୟ ରୁପେ ପ୍ରଫୁଲ ମହାରଣା, ଟୁନା ମହାରଣା ମନୋନୀତ ହୋଇଥିଲେ । ରାଜଶ୍ରୀ ଦୟାନିଧୀ ମହାରଣା ନୂତନ କମିଟି ସଦସ୍ୟ ମାନଙ୍କୁ ଶପଥ ପାଠ କରାଇଥିଲେ ।

ଏହି ଅବସରରେ ପୁରାତନ କମିଟି ସଦସ୍ୟ ମାନଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିବା ବେଳେ ନୂତନ କର୍ମକର୍ତାଙ୍କ୍‌ୁ ସ୍ୱାଗତ କରାଯାଇଥିଲା । ଶେଷରେ ବରିଷ୍ଠ ସଭ୍ୟ ସୁଧାଶୁଂ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.