Dharakote Taluk Level 45th MeetingDharakote Taluk Level 45th Meeting

ଆସିକା,୧୭/୯ (ମନୋଜ କୁମାର ନାୟକ)– ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଆଜି ୪୫ ତମ ତାଲୁକା ସ୍ତରୀୟ ବିଶ୍ୱକର୍ମା ପୂଜା ଓ ବାର୍ଷିକ ସାଧାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମ ମୁଣ୍ଡମରାଇ ହିରାଖଣ୍ଡି ସ୍ଥିତ ବିଶ୍ୱକର୍ମା ମନ୍ଦିର ପୀଠରେ ଅନୁଷ୍ଠିତ ହୋଇଥିବା ବେଳେ ତାଲୁକା ସଭାପତି ତାରିଣୀ ଚରଣ ମହାରଣାଙ୍କ ସଭାପତିତ୍ୱରେ ଏକ ବୈଠକ ହୋଇଥିଲା ।

ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର କମିଟି ସଭାପତି ସନ୍ତୋଷ ମହାରଣା, ସମ୍ମାନୀୟ ଅତିଥି ଭାବେ ଧରାକୋଟ ତାଲୁକା ରାଜଶ୍ରୀ ଦୟାନିଧୀ ମହାରଣା, ସୋରଡା ତାଲୁକା ସଭାପତି ସନ୍ତୋଷ ମହାରଣା, ସମ୍ପାଦକ ନୀଳମାଧବ ମହାରଣା, ବାବାନାଥ ମହାରଣା, ତାରା ପ୍ରସାଦ ମହାରଣା, ଅଶୋକ କୁମାର ମହାରଣା, ଶିବରାମ ମହାରଣା, ବିନାୟକ ମହାରଣା ପ୍ରମୁଖ କେନ୍ଦ୍ର କମିଟି ଓ ବିଭିନ୍ନ ତାଲୁକାର ଅତିଥି ମାନେ ଯୋଗ ଦେଇଥିଲେ ।

ଏହି ସଭାରେ କୁଳ ସମାଜର ଆବଶ୍ୟକତା ଓ ସମାଜ ପାଇଁ ରହିଥିବା ଅବଦାନ ସମ୍ପର୍କୀତ ମତବ୍ୟକ୍ତ କରାଯାଇଥିଲା । ସମ୍ପାଦକ ହାଡୁ ମହାରଣା ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ବାର୍ଷିକ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ ।

ଏହ ସହିତ କୁଶଳୀ କାରୀଗର ମାନଙ୍କ ଭତା ବୃଦ୍ଧି, ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ, ରିହାତି ଦରରେ କାଠ କ୍ରୟର ବ୍ୟବସ୍ଥା, ନିର୍ମାଣ ଶ୍ରମିକ ପଞ୍ଜିକରଣକୁ ସରଳୀକୃତ କରିବା ଉପରେ ଦାବୀ ଉପସ୍ଥାପନ କରାଯାଇଥିଲା ।

ରାଜ୍ୟ ସରକାର ବଢେଇ ଜାତିକୁ ଅଣ-ସଂଗଠିତ ଶ୍ରମିକ ଭାବରେ ସାମିଲ କରାଯାଇଥିବାରୁ ସମାଜ ପକ୍ଷରୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମାଟ୍ରିକ ପରୀକ୍ଷାରେ ସଫଳତାର ସହ ଉତିର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ ସାଙ୍ଗକୁ ସମ୍ମାନୀତ କରାଯାଇଥିଲା ।