ଆସିକା ଏନଏସି ପକ୍ଷରୁ ସ୍ୱଚ୍ଚତା ହିଁ ସେବା, ବର୍ଜ୍ୟବସ୍ତୁ ମୁକ୍ତ ଭାରତ କାର୍ଯ୍ୟକ୍ରମ

0 117

ଆସିକା,୧୭/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକାରେ ଆଜି ସ୍ୱଚ୍ଚତା ହିଁ ସେବା, ବର୍ଜ୍ୟବସ୍ତୁ ମୁକ୍ତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁଙ୍କ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିବା ବେଳେ ଏନଏସି କାର୍ଯ୍ୟନିର୍ବାହି ଅଧିକାରୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁ୍‌ଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଆସିକା ବିଜେଡି ନଗର ସଭାପତି ସତ୍ୟନାରାୟଣ ସ୍ୱାଇଁ ଯୋଗ ଦେଇଥିଲେ । ଭାରତ ସରକାରଙ୍କ ସ୍ୱଚ୍ଚ ଭାରତ ମିଶନ ଆନୁକୂଲ୍ୟରେ ସାରା ଭାରତରେ ଇଣ୍ଡିଆ ସ୍ୱଚ୍ଚତା ଲିଗ ବହୁ ଆଡମ୍ବରରେ ପାଳନ କରାଯାଉଥିବା ବେଳେ ଆସିକା ଏନଏସିରେ ମଧ୍ୟ ପାଳନ କରାଯାଇଛି । ଏନେଇ ବିଭିନ୍ନ ପ୍ରକାର ସଫେଇ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି ।

ଆସିକା ଏନଏସି ସହର ଉପକଣ୍ଠ ୱାର୍ଡ ନମ୍ବର-୫ ରେ ଏକ ଗାନ୍ଧୀ ପ୍ରତିମୂର୍ତିର ଉନ୍ମୋଚନ ସାଙ୍ଗକୁ ପ୍ରତିମୂର୍ତରେ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଆସିକା କରୋନେସନ ପାର୍କରେ ସମୂହ ସଫେଇ କାର୍ଯ୍ୟକ୍ରମ ସହ ଆସିକା ହରିହର ହାଇସ୍କୁଲ୍ ଠାରେ ମଧ୍ୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ମାନବ ଶୃଙ୍ଖଳ ସହିତ ଡଷ୍ଟବିନ ବ୍ୟବହାର ଉପରେ ପ୍ରଦର୍ଶନ କରାଯାଇଥିଲା ।

ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ବର୍ଜ୍ୟବସ୍ତୁରୁ ସୁନ୍ଦର ସୁନ୍ଦର ପ୍ରକଳ୍ପ ତିଆରୀ କରି ପ୍ରଦର୍ଶନ ହୋଇଥିଲା । ଏହି ପ୍ରକଳ୍ପ ଜରିଆରେ ପରିବେଶକୁ ସ୍ୱଚ୍ଚତା ଓ ପରିଚ୍ଚନ୍ନତା ପାଇଁ ବାର୍ତା ପ୍ରଦାନ କରାଯାଇଥିଲା । ସ୍ୱଚ୍ଚତାକୁ ନେଇ ୱାଲ ପ୍ୟାଟିଂ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଯୋଗ ଦେଇ ପରିଷ୍କାର ପରିଚ୍ଚନ୍ନତା ଉପରେ ଚିତ୍ର ଆଙ୍କିଥିଲେ ।

ବର୍ଜ୍ୟବସ୍ତୁରୁ କାରିଗରୀ ବସ୍ତୁର ପ୍ରଦର୍ଶନ,ପରିମଳ ଉପରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସମ୍ପର୍କୀତ ନାଟକ ପରିବେଷଣ ଏବଂ ପରିବେଶ ସ୍ୱଚ୍ଚତାକୁ ନେଇ ସାମାଜିକ ନାଟକ ଅମାନିଆ ଯମ ନାଟକ ପ୍ରଦର୍ଶନ କରାଯାଇଥିଲା ।

ଡଷ୍ଟବିନ ବ୍ୟବହାର କରିବା ପାଇଁ ଲୋକଙ୍କୁ ସ୍ୱତନ୍ତ୍ର ଭାବେ ସଚେତନତା କରାଯାଇଥିଲା । ବିଶେଷ କରି ଯୁବକ ଗୋଷ୍ଠୀ ଦ୍ୱାରା ଏହା ସମ୍ଭବ ହୋଇପାରିବ ବୋଲି ବାର୍ତା ପ୍ରଦାନ କରାଯାଇଥିଲା । ଆସିକା ଏନଏସି ପକ୍ଷରୁ ସେବା ଦିବସ ପାଳନ ସହିତ ସ୍ୱଚ୍ଚତା ପକୱାଡା ଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ କନିଷ୍ଠ ପରିମଳ ବିଶେଷଜ୍ଞ ଦିପ୍ତିମୟୀ ସାହୁ, ୱାର୍ଡ ସରକାର ସୁମନ୍ତ ସେନାପତି, କମ୍ୟୁନିଟି ଅର୍ଗାନାଇଜର ସୁଚିତ୍ରା ରାଣି ସାହୁ, ସିଟି ମିଶନ ମ୍ୟାନେଜର ସ୍ମିତା ରାଣି ଦଳେଇ,ଅଜିତ କୁମାର ପଟ୍ଟନାୟକ ସମେତ ବହୁ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.