Ganesh puja celebrated in different in DharakoteGanesh puja celebrated in different in Dharakote

ଆସିକା,୨୦/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ବିଦ୍ୟାଦାତା ଗଣେଶଙ୍କ ପୂଜା ବଡ ଧୁମଧାମରେ ପାଳିତ ହୋଇଛି ।ଏହି ଅବସରରେ କଳସ ସ୍ଥାପନା, ମଣ୍ଡଳ ପୂଜା, ଷୋଡଶ ଉପଚାରରେ ପ୍ରଭୁଙ୍କୁ ପୂଜା ପରେ ଭୋଗଲାଗି କରାଯାଇଥିଲା ।

ଧରାକୋଟ ଗଡର ବଡଦାଣ୍ଡ ସାହି, ବଜାର ସାହି, ମେଡିକାଲ ରୋଡ, ମଝିସାହି, କୋଠରୀ ସାହି, ମୁଣ୍ଡମରାଇ ବଜାର ସାହି, ଡେରା ସାହି, ଗୈାଡ ସାହି, ଭଣ୍ଡାରୀ ବସା ଆଦି ସ୍ଥାନରେ ଗଜାନନ ପୂଜା ଅନୁଷ୍ଟିତ ହୋଇଥିଲା ।

ସେହିଭଳି ଅନନ୍ତ ନାରାୟଣ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ସୋମନାଥ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ, ମୁଣ୍ଡମରାଇ ସରସ୍ୱତୀ ଶିଶୁ ମନ୍ଦିର, ଧରାକୋଟ ଶିଶୁ ମନ୍ଦିର, ଦଶମାଇଲି, ବାହାଁରପୁର, ଓଡିଶା ଆଦର୍ଶ ବିଦ୍ୟାଳୟ, ଚାରିଛକ, ବରଡାବିଲି ପ୍ରଭୃତି ସ୍ଥାନରେ ମଧ୍ୟ ଆକର୍ଷଣୀୟ ସାଜସଜା ସହ ମେଢ ପ୍ରସ୍ତୁତ କରାଯାଇଛି ।

ଚାରିଛକ ସ୍ଥିତ ବୀଣାପାଣି ଟ୍ୟୁଟରିଆଲ ପକ୍ଷରୁ ପୂଜା ପାଇଁ ସ୍ୱତନ୍ତ୍ର ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଶିକ୍ଷକ ବିକାଶ ଜେନା, ଲିଜା ଗୈାଡ, ଲିପ୍ସା ମୁନି, ସୋନାଲି ସ୍ୱାଇଁ ପ୍ରମୁଖ କୁନି କୁନି ଛାତ୍ରଛାତ୍ରୀ ମାନଙ୍କଙ୍କୁ ନେଇ ଗୀତ, ନୃତ୍ୟୁ, ଅଭିନୟ ପରିବେଷଣ କରିଥିଲେ ।

ଚାରିଛକ ବଣିକ ସଂଘ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର ପୂଜା ପାଳନ କାର୍ଯ୍ୟକ୍ରମରେ ଧରାକୋଟ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗିତାଞ୍ଜଳୀ ଦେବୀ ଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱପ୍ନେଶ୍ୱର ପୀଠର ଗଣେଶ ଓ ରାଜବାଟି ପରିସରରେ ଥିବା ପଚଂମୁଖୀ ଗଣେଶଙ୍କ ନିକଟରେ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା ରୀତିନୀତି ଅନୁଯାୟୀ ପାଳନ ହୋଇଥିଲା ।