ଆସିକା ସମବାୟ ଚିନିଶିଳ୍ପରେ ନୂତନ ଏମ.ଡି ହେଲେ ଗାୟତ୍ରୀ ଦତ୍ତ ନାୟକ

0 101

ଆସିକା,୨୭/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଏସିଆ ମହାଦେଶର ସର୍ବ ପୁରାତନ ଆସିକା ସମବାୟ ଚିନିଶିଳ୍ପରେ ନୂତନ ଏମ.ଡି ଭାବେ ଗାୟତ୍ରୀ ଦତ୍ତ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଏହା ପୂର୍ବରୁ ସେ ସାନଖେମୁଣ୍ଡି ବିଡିଓ ରୁପେ କାର୍ଯ୍ୟ କରୁଥିଲେ । ଆଜି ଅପରାହ୍ନରେ ଆସିକା ଚିନିଶିଳ୍ପ କାର୍ଯ୍ୟାଳୟ ଠାରେ ପହଁଚି ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଆସିକା ସମବାୟ ଚିନିଶିଳ୍ପରେ ଦାୟିତ୍ୱ ଗ୍ରହଣ କରିବା ପରେ ଚିନିଶିଳ୍ପ ପରିଚାଳନା ପରିଷଦ ସଭାପତି ରବୀନ୍ଦ୍ର କୁମାର ପଣ୍ଡା, ସଦସ୍ୟା ଗୀତା ପାତ୍ର, ଚିନିଶିଳ୍ପ କର୍ମଚାରୀ ସମ୍ପାଦକ ଆର.ଚନ୍ଦ୍ର ଶେଖର ରେଡି, ଆଖୁ ପରିଚାଳକ ପ୍ରଶାନ୍ତ କୁମାର ପାଢୀ, କାର୍ଯ୍ୟାଳୟ ଅଧିକ୍ଷକ ପ୍ରଶାନ୍ତ କୁମାର କର, ଦିଲ୍ଲୀପ ସ୍ୱାଇଁ, ଅନିଲ ଦାଶ, ଶ୍ରୀନିବାସ ମହାପାତ୍ର, ସହକାରୀ ଯନ୍ତ୍ରୀ ଇ.ଅଶୋକ କୁମାର ଶତପଥୀ, କନିଷ୍ଠ ଯନ୍ତ୍ରୀ ଇ.ଅରୁଣ କୁମାର ପାତ୍ର, ଚାଷୀ ନେତା ରାଘବ ସିଅ, ବିଜେଡି ନେତା ଅନିଲ କୁମାର ନାୟକ, ସୁନୀଲ ନାହକ, ଆଇନଜୀବୀ ଲଳିତ ମୋହନ ଦାଶ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଚା ଜଣାଇଥିଲେ ।

ଆସିକା ଚିନିଶିଳ୍ପର ନୂତନ ଏମ.ଡି ଗାୟତ୍ରୀ ଦତ୍ତ ନାୟକ କାର୍ଯ୍ୟଭାର ନେବା ପରେ ଚିନିଶିଳ୍ପର ଆଖୁ ଚାଷର ଉନ୍ନତି, ଚାଷୀର ସମସ୍ୟା ପ୍ରତି ଧ୍ୟାନ ଦେବା, କାରଖାନାର ବ୍ୟବସାୟିକ ଉନ୍ନତି, କର୍ମଚାରୀ ମାନଙ୍କ ସମସ୍ୟା ଓ ସୁବିଧା ବିଷୟରେ ବୁଝିବା, କାରଖାନାର ଯାନ୍ତ୍ରୀକ ଉନ୍ନତି, ସରକାରୀ ଅନୁଦାନର ବିନିଯୋଗ, ଆଭ୍ୟନ୍ତରଣୀୟ କାର୍ଯ୍ୟରେ ଉନ୍ନତି ପ୍ରତି ଗୁୁରୁତ୍ୱ ଦେବାକୁ ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.