ଧରାକୋଟ ଚାରିଛକ ଠାରେ ହାଇମାକ୍ସ ଲାଇଟ ଉଦଘାଟିତ

0 118

ଧରାକୋଟ,୪/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରକୋଟ ଚାରି ଛକ ଠାରେ ଆଜି ହାଇମାକ୍ସ ଲାଇଟ ଉଦଘାଟିତ ହୋଇଛି । ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ରୁଗୁମୁ ସରପଞ୍ଚ ଗିତାଞ୍ଜଳୀ ସ୍ୱାଇ, ପୂର୍ବତନ ସରପଞ୍ଚ ସୁଧାକର ସ୍ୱାଇଁ, ସମିତିସଭ୍ୟ ବନବାସ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।
ସାନଖେମୁଣ୍ଡି ବିଧାୟକଙ୍କ ହାତ ପାଣ୍ଠିରୁ ଏହି ଆଲୋକୀକରଣ ବ୍ୟବସ୍ଥା ହୋଇଥିବା ବେଳେ ପୂର୍ବତନ ସରପଞ୍ଚ ସୁଧାକର ସ୍ୱାଇଁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇପାରିଛି ।

ଧରାକୋଟ ଅଞ୍ଚଳରେ ଚାରିଛକ ହେଉଛି ଏକ ବ୍ୟବସାୟ ପେଣ୍ଠସ୍ଥଳ। ଏଠାରେ ପ୍ରାୟ ଏକ ଶହରୁ ଉର୍ଦ୍ଧ ଦୋକାନ ରହିଛି । ଏହି ବଜାରକୁ ଡାକିବଜା, ବେଠୁଆ, ଜଗନ୍ନାଥପୁର ଶାସନ, ପଦ୍ମପୁର, କାନଗିିରିଡି, ରୁଗୁମୁ, ପଳପଲ୍ଲୀ, ଛାଞ୍ଚରାପଲ୍ଲୀ, କେନ୍ଦୁପଲ୍ଲୀ, ବାହାଁରପୁର, ସରପଡା, ଗୋପାଳପୁର, ମାଧପୁର, ଓଳମ୍ବା, ସାଇପୁର, ଶୁଣ୍ଢିପଲ୍ଲୀ, କସେଇ, ଆଡିବନ୍ଧ ପ୍ରଭୃତି ଗ୍ରାମର ଲୋକ ମାନେ ନିର୍ଭର କରି ଆସୁଛନ୍ତି । ପ୍ରତିଦିନ ଗ୍ରାମବାସୀ ଏଠାକୁ ଆସି ସଉଦା କିଣିଥାନ୍ତି ।

ଏଠାରେ ଆଲୋକୀକରଣ ଯୋଗୁଁ ତିନୋଟି ପଞ୍ଚାୟତର ବାସୀନ୍ଦା ଉପକୃତ ହେବେ । ଲୋକେ ନିଜର ବ୍ୟବସାୟୀକ କାର୍ଯ୍ୟରେ ସୁବିଧା ପାଇବା ସହ ଆଇନ ଶୃଙ୍ଖଳା ପରିସ୍ଥିତିରେ ମଧ୍ୟ ସୁଧାର ଆସିବ ବୋଲି ସାନଖେମୁଣ୍ଡି ବିଧାୟକ ରମେଶ ଜେନା ସୂଚନା ପ୍ରଦାନ କରିଛନ୍ତି ।

ଏହି ଉଦଘାଟନୀ ଉତ୍ସବରେ ଅନ୍ତର୍ଯ୍ୟାମୀ ବିଷୋୟୀ, ସୁରେଶ ସ୍ୱାଇଁ, ମିଟୁ ବିଷୋୟୀ, ରାକେଶ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ସାବତ, ଟିଟୁ ବିଷୋୟୀ, ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.