Thread ceremony celebrated at Sub Jail askaThread ceremony celebrated at Sub Jail aska

ଆସିକା,୩୦/୮(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସବଜେଲରେ ଆଜି ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ଆସିକା ଶାନ୍ତି ଶକ୍ତି ଭବନ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ଆୟୋଜିତ ହୋଇଥିବା ବେଳେ ଆସିକା ସବଜେଲ ସୁପେରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଆସିକା ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ ଉପ-କାରାଗାର ଅନ୍ତେବାସୀ ଓ ସମସ୍ତ କର୍ମକର୍ତାଙ୍କୁ ରକ୍ଷାବନ୍ଧନର ଆଧ୍ୟାତ୍ମିକ ସନ୍ଦେଶ ପ୍ରଦାନ କରିଥିଲେ ।

ପ୍ରତ୍ୟେକ ମଣିଷ ନିଜର ମନୋବୃତିକୁ ପରିବର୍ତନ କରି ସର୍ବଦା ସକାରାତ୍ମକ ଚିନ୍ତନରେ ରହି ସମସ୍ତ ପରିସ୍ଥିତିରେ ଆଗକୁ ବଢିବା ପାଇଁ ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମାର୍ଗ ଦର୍ଶନ ସମସ୍ତଙ୍କୁ ଅନୁପ୍ରାଣିତ କରୁଥିବା ସୂଚନା ପ୍ରଦାନ କରାଯାଇଥିଲା ।

ଆସିକା ସବଜେଲ ସୁପେରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ଜେନା ପରମାତ୍ମାଙ୍କ ରକ୍ଷା ସୂତ୍ର ଧାରଣ କରି ଶିବ ପିତାଙ୍କ ସ୍ମତିରେ ରହି ଜୀବନକୁ ପରିବର୍ତନ କରିବା ପାଇଁ ସମସ୍ତ ଅନ୍ତେବାସୀ ସଂକଳ୍ପ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ସବ ଆସିଷ୍ଟାଣ୍ଟ ଜେଲର କୃଷ୍ଣମୂର୍ତି ପାତ୍ର, ସବ ଆସିଷ୍ଟାଣ୍ଟ ଜେଲର ହରିକୃଷ୍ଣ ବେହେରା, ଫାର୍ମାସିଷ୍ଟ ଉମାକାନ୍ତ ସାହୁ, ସବଜେଲ ୱାର୍ଡର ସିମାଚଂଳ ବେହେରା, ହରିହର ବେହେରା, ସୁକାନ୍ତ ନାୟକ, ରମେଶ ଚନ୍ଦ୍ର ନାୟକ, ବିରଞ୍ଚି ନାରାୟଣ ସାହୁ, ରାଜେଶ ସାହୁ, ସୁବାଷ ଡାକୁଆ, ତିଳୋତମା କହଁର ପ୍ରମୁଖ ଯୋଗ ଦେଇଥିଲେ ।
ଆସିକା ଶାନ୍ତି ଶକ୍ତି ଭବନର ସୁଜ୍ଞାନୀ ଭଉଣୀ ରାଜ ଯୋଗର ଅଭ୍ୟାସ କରାଇଥିବା ବେଳେ ବ୍ରହ୍ମକୁମାର ସତ୍ୟପ୍ରିୟ, ଲଡୁକିଶୋର, ବୁଲୁ, ସମୀର, ମଙ୍ଗୁଳୁ, ଶିବା, ନିରଞ୍ଜନ, ରାଧାଶ୍ୟାମ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।