ଧରାକୋଟ ଋୟାଲ ଡିଗ୍ରୀ କଲେଜରେ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

0 684

ଧରାକୋଟ,୩/୯(ମନୋଜ କୁମାର ନାୟକ) – ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ଠାରେ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ସ୍ୱପ୍ନକୁ ସାକାର କରିବା ପାଇଁ ରୟାଲ ଡିଗ୍ରୀ କଲେଜ ଖୋଲିବା ନେଇ ଅନୁମତି ମିଳିଛି ।

ଏହାର ସଫଳ ରୁପାୟନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ରୟାଲ ଡିଗ୍ରୀ କଲେଜ, ଧରାକୋଟର ନାମକୁ ସାମସ୍ ୱେବ ଲିଙ୍କରେ ସଂଲଗ୍ନ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ଚିଠି ନମ୍ବର- ୩୭୭୫୮, ୨/୯/୨୦୨୩ ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ପ୍ରଦାନ କରାଯାଇଥିଲା ।

ଏହି ମହାବିଦ୍ୟାଳୟରେ ଆଗ୍ରହୀ ଛାତ୍ରଛାତ୍ରୀ ମାନେ ସାମସ୍ ଜରିଆରେ ଅନଲାଇନ ନାମ ଲେଖିବା ପାଇଁ ଆବେଦନ କରିପାରିବେ । ୪ ସେପ୍ଟେମ୍ବର ତାରିଖରୁ ୧୩ ସେପ୍ଟେମ୍ବର ତାରିଖ ପର୍ଯ୍ୟନ୍ତ ଆବେଦନ ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଏହି ମହାବିଦ୍ୟାଳୟରେ ତିନୋଟି ବିଷୟ ରାଜନୀତି ବିଜ୍ଞାନ, ଶିକ୍ଷା ସମ୍ମାନରେ ୩୨ଟି ଆସନ ଏବଂ ଓଡିଆ ବିଭାଗରେ ୬୪ ଟି ଆସନର ବ୍ୟବସ୍ଥା ରହିଛି ।

ଋୟାଲ ଡିଗ୍ରୀ ମହାବିଦ୍ୟାଳୟ, ଧରାକୋଟ କର୍ତୃପକ୍ଷ ପକ୍ଷରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଅଚଂଳ ବାସୀଙ୍କୁ ଶୁଭେଚ୍ଚା ଜଣାଇବା ସହ ଅଧିକରୁ ଅଧିକ ଛାତ୍ରଛାତ୍ରୀ ସୁଯୋଗ ନେବା ପାଇଁ ଅନୁରୋଧ କରାଯାଇଥିଲା

Leave A Reply

Your email address will not be published.