ଗୁରୁ ଦିବସରେ ଏସ.ଏସ.ବି ଅଧ୍ୟାପକଙ୍କ କଳାବ୍ୟାଜ ପରିଧାନ

0 152

ଆସିକା,୫/୯ (ମନୋଜ କୁମାର ନାୟକ) – ଓଡିଶା ରାଜ୍ୟ ଚୟନ ବୋର୍ଡ ଅଧ୍ୟାପକ ସଂଘ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାରେ ୨୭ ଗୋଟି ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର କାର୍ଯ୍ୟରତ ୨୫୩ ଜଣ ଅଧ୍ୟାପକ ପବିତ୍ର ଗୁରୁ ଦିବସରେ କଳା ବ୍ୟାଜ ପରିଧାନ କରିଛନ୍ତି । ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ୨୬ ଜଣ ଅଧ୍ୟାପକ ମହାବିଦ୍ୟାଳୟ ମୁଖ୍ୟ ଫାଟକ ଠାରେ ପ୍ରତିବାଦ କରିଥିଲେ ।

ଦିର୍ଘ ଦିନ ଧରି ଏସ.ଏସ.ବି ଅଧ୍ୟାପକ ମାନେ ଗ୍ରେଡ- ପେ ବାବଦରେ ୪୬୦୦ ରୁ ୫୪୦୦କୁ ପରିବର୍ତନ ପାଇଁ ଦାବୀ କରି ଆସୁଛନ୍ତି । ରାଜ୍ୟ ସରକାର ସ୍ନାତକ ଶ୍ରେଣୀ ପାଇଁ ନିଯୁକ୍ତି ଦେଇଥିବା ବେଳେ ସେହି ଅନୁସାରେ ଦରମା ପ୍ରଦାନ କରୁନଥିବା ଅଭିଯୋଗ କରାଯାଇଛି ।

ରାଜ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଶିକ୍ଷା କ୍ଷେତ୍ରରେ ଅନେକ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । କିନ୍ତୁ ଦିର୍ଘ ଆଠ ବର୍ଷ ଧରି ଏସ.ଏସ.ବି ଅଧ୍ୟାପକ ମାନେ ନିଜର ନ୍ୟାର୍ଯ୍ୟ ଦାବୀ ଜଣାଇଥିଲେ ମଧ୍ୟ ତାହା ପୂରଣ କରାଯାଉନଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଛନ୍ତି ।

ଏ ସଂକ୍ରାନ୍ତରେ ଗତ ମାସ ୩୧ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଗ୍ରେଡ-ପେ ସମ୍ପର୍କୀତ ସୂଚନା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । କିନ୍ତୁ ସରକାର ଦାବୀ ପୂରଣ କରିବା ନେଇ କୈାଣସି ପଦକ୍ଷେପ ଗ୍ରହଣ କରି ନାହାଁନ୍ତି ।

ଦିର୍ଘ ଆଠ ବର୍ଷର ଦାବୀ ପୂରଣ ହୋଇନଥିବାରୁ ପୂର୍ବ ନିଷ୍ପତି ଅନୁଯାୟୀ ଗୁରୁ ଦିବସ ଠାରୁ ରାଜ୍ୟ ବ୍ୟାପୀ କଳା ବ୍ୟାଜ ପରିଧାନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.