Teachers day celebrated in different place in Aska blockTeachers day celebrated in different place in Aska block

ଆସିକା,୫/୯(ମନୋଜ କୁମାର ନାୟକ) – ଭାରତୀୟ ପରମ୍ପରା ଅନୁଯାୟୀ ଗୁରୁ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ଶକ୍ତିର ଉତ୍ସ । ଛାତ୍ର ଜୀବନ ଗଢିବାରେ ସେ ହେଉଛନ୍ତି ଭଗବାନ । ଗୁରୁଙ୍କ ପ୍ରତ୍ୟେକ ଚିନ୍ତା ଓ ଚେତନାରେ ଐଶ୍ୱରୀୟ ବିଭୂତି ପ୍ରକାଶିତ ହୋଇଥାଏ । ସେ ଜଣେ ସାଧାରଣ ବ୍ୟକ୍ତି ହୋଇଥିଲେ ମଧ୍ୟ ଚଳନ୍ତି ଦେବତା ଅଟନ୍ତି ।

ଆଜିର ଦିନରେ ପ୍ରାକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଉଚ୍ଚ ଶିକ୍ଷା, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଗୁରୁ ଦିବସ ପାଳିତ ହୋଇଥାଏ । ଏହି ପବିତ୍ର ଦିବସରେ ଆସିକା ବ୍ଲକର ଦୁଇଟି ଶିକ୍ଷକ ସଂଘ ପୃଥକ ପୃଥକ ଭାବେ ଗୁରୁ ପୂଜନ ଦିବସ ପାଳିତ କରିଛନ୍ତି ।

ଆସିକା ବ୍ଲକ ପାଣ୍ଡିଆ ପଥର ପଚାଂୟତ ଜୟ ଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଗୁରୁ ଦିବସ ପାଳନ କରିଥିବା ବେଳେ ଆସିକା ହରିହର ହାଇସ୍କୁଲ ଠାରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଥିଲା । ଅବସପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର୍ଷଣ ତ୍ରିପାଠୀ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷୟତ୍ରୀ କବିତା ମହାରଣା ଯୋଗ ଦେଇଥିଲେ ।

ସେହଭଳି ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମରେ ମୁ୍‌ଖ୍ୟ ଅତିଥି ଭାବେ ଶିବାନନ୍ଦ ଆଶ୍ରମ ସ୍ୱାମୀ ଗୁରୁ ଶରଣାନନ୍ଦ, ମୁଖ୍ୟବକ୍ତା ଭାବେ ଆସିକା ଏ.ବି.ଇ.ଓ ଭାଗିରଥୀ ପାତ୍ର, ସମ୍ମାନୀୟ ଅତିଥି ଭାବେ ଆସିକା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଭୁ ନନ୍ଦ ପଣ୍ଡା, ଆସିକା ତହସିଲ ଅବସରପ୍ରାପ୍ତ ବରିଷ୍ଠ କିରାଣୀ ତଥା ଓଡିଶା ରାଜ୍ୟ ଅମଲା ସଂଘର ପୂର୍ବତନ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଗୁରୁ ପୂଜନ ଦିବସ ଅବସରରେ ଉଭୟ ଶିକ୍ଷକ ସଂଘ ପକ୍ଷରୁୁୁୁୁୁୁୁୁୁ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ଶିକ୍ଷାର ପ୍ରକୃତ ଉଦ୍ଧେଶ୍ୟ ହେଉଛି ଜ୍ଞାନ ଅର୍ଜନ କରିବା ଓ ସମାଜକୁ ସୁପଥ ଦେଖାଇବା । ଆଉ ଏକ ଉଦ୍ଧେଶ୍ୟ ହେଉଛି ଦେଶ ଓ ସମାଜରେ ଅଗ୍ରଗତି ସାଧନ କରିବା ଲାଗି ପ୍ରେରଣା ଦେଖାଇବା ।

ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକଙ୍କ ଠାରେ ଯଦି ଏ୍‌ଭଳି ପ୍ରତିଦ୍ୱନ୍ଦିତା ରହିବ ତେବେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଗତି କରିବା ନେଇ ସମ୍ଭାବନା ରହିଛି । ଗୋଟିଏ ବ୍ଲକରେ ଦୁଇ ଦୁଇଟି ଶିକ୍ଷକ ସଂଘ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନ କ୍ଷେତ୍ରରେ ଶୁଭଙ୍କର ନୁହେଁ ବୋଲି ସାଧାରଣରେ ଆଲୋଚନା ପାଲଟିଛି ।