9th Foundation day ceremony at Kusaguma OAV School9th Foundation day ceremony at Kusaguma OAV School

ଧରାକୋଟ,୧୯/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ପ୍ରତିଷ୍ଠା ଦିବସ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ତହଦିଲଦାର କବିରାଜ ପ୍ରଧାନ, ସମ୍ମାନୀତ ଅତିଥି ଭାବେ ବି.ଇ.ଓ ଲିଙ୍ଗରାଜ ସ୍ୱାଇଁ, ଏ.ବି.ଇ.ଓ ପ୍ରଦୀପ କୁମାର ହୋତା, ଉମାଚରଣ ପାଣିଗ୍ରାହୀ, ଶିକ୍ଷାବିତ ଦୟାନିଧି ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ମମତା କୁମାରୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଉତ୍ସବରେ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଶିକ୍ଷୟତ୍ରୀ ମନିଷା ସାହୁ, ଶିକ୍ଷକ ସିମାଦ୍ରୀ ସତ୍ୟେସୁ ଆଚାରୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହାପରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ଅଧ୍ୟକ୍ଷ ପ୍ରତିଷ୍ଠା ଦିବସରେ ବିବରଣୀ ପଠନ କରିଥିଲେ ।

ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ଶୃଙ୍ଖଳା ଜ୍ଞାନ, ସମୟାନୁବର୍ତିତା ଏବଂ ବିଜ୍ଞାନର ଉପାଦେୟତା ଉପରେ ମାର୍ଗ ଦର୍ଶନ ପାଇଁ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିକ୍ଷୟତ୍ରୀ ଚିନ୍ମୟୀ ରାଉତଙ୍କ ତତ୍ୱାବାଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ଅଜୟ କୁମାର ଛାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

You missed