Teachers day celebrated at Jay Durga U.P School in Pandiapathar villageTeachers day celebrated at Jay Durga U.P School in Pandiapathar village

ଆସିକା,୫/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ପବିତ୍ର ଗୁରୁ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ପାଣ୍ଡିଆପଥର ଜୟଦୁର୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଥିଲା ।

ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶିବରାମ ଗୈାଡଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟ ହୋଇଥିବା ବେଳେ ମୁଖ୍ୟ ଅତିଥୀ ରୁପେ ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶଙ୍କର୍ଷଣ ତ୍ରିପାଠୀ, ଅବସରପ୍ରାପ୍ତ ଶିକ୍ଷୟତ୍ରୀ କବିତା ମହାରଣା ଯୋଗ ଦେଇଥିଲେ । ସଂଘ ସମ୍ପାଦକ ଅର୍ଜୁନ ନାହକ ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଆଜି ଦେଶରେ ସର୍ବତ୍ର ଗୁରୁ ଦିବସ ପାଳନ କରାଯାଉଥିବା ବେଳେ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଶିକ୍ଷକଙ୍କ ଉଦ୍ଦେଶ୍ୟରେ ଏହି ଦିବସ ସ୍ୱତନ୍ତ୍ର । ୧୮୮୮ ମସିହା ସେପ୍ଟେମ୍ବର ୫ ତାରିଖରେ ଜନ୍ମ କରିଥିବା ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନକୁ ଗୁରୁ ଦିବସ ରୁପେ ପାଳନ କରାଯାଉଛି ।

ଜଣେ ମହାନ ପଣ୍ଡିତ, ଦାର୍ଶନିକ ଓ ଭାରତରତ୍ନ ପ୍ରାପ୍ତ ରାଧାକ୍ରିଷ୍ଣନ ତୁଳନାତ୍ମକ ଧର୍ମ, ଦର୍ଶନ କ୍ଷେତ୍ରରେ ବିଂଶ ଶତାଦ୍ଧୀର ବିଶିଷ୍ଟ ଭାରତୀୟ ବିଦ୍ୱାନ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ସେ ଚେନ୍ନାଇର ପ୍ରେସିଡେନ୍ସି କେଲଜ ଓ କଲିକତା ବିଶ୍ୱବିଦ୍ୟାଳୟ ସମେତ ଦେଶ ଓ ଆନ୍ତର୍ଜାତିକ ସ୍ତରୀୟ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରିଥିଲେ ।

ସେ ୧୯୩୧ ରୁ ୧୯୩୬ ମସିହା ଯାଏଁ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ଆସନ ମଣ୍ଡନ କରିଥିଲେ । ୧୯୩୬ ରେ ତାଙ୍କୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରାଚ୍ୟ ଧର୍ମ ଓ ନିତୀଶାସ୍ତ୍ରର ପ୍ରଫେସର ପଦ ପାଇଁ ଆମନ୍ତ୍ରଣ କରାଯାଇଥିଲା ।

ତାଙ୍କର ଦାର୍ଶନିକ ମୂଲଦୁଆ ଅଦୈତ୍ୟ ବେଦାନ୍ତରେ ନିହିତ ଥିଲା । ଯାହାକୁ ସେ ସମସାମୟିକ ଲୋକଙ୍କ ବୋଧଗମ୍ୟ ହେବା ପାଇଁ ପୁନଃବ୍ୟାଖ୍ୟା କରିଥିଲେ । ସେ ପାଶ୍ଚାତ୍ୟ ସମାଲୋଚନା ବିରୋଧରେ ସ୍ୱର ଉତୋଳନ କରି ହିନ୍ଦୁ ଧର୍ମର ଦୃଢ ପ୍ରତିରକ୍ଷା କରିଥିଲେ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କିରଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ରଜମୋହନ ପାତ୍ର, ଭବାନୀ ଶଙ୍କର ପାତ୍ର, ସନ୍ତୋଷ କୁମାର ସେଠୀ, ଅବନୀ ପଟ୍ଟନାୟକ, ଶୁଭେନ୍ଦୁ ଶେଖର ଜେନା, ଅମିୟ ସିନ୍ଧୁ ମୁନୀ, ଅବନୀ ବେହେରା, ପାଣ୍ଡବ ନାୟକ, ଅର୍ଜୁନ ସ୍ୱାଇଁ, ଗୁରୁ ଗୌଡ, ଜଗନ୍ନାଥ ଦାଶ, ଉମେଶ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।