ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ

0 720

ଆସିକା,୫/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଗୁୁର ପୂଜନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ସହର ଉପକଣ୍ଠ ହରିହର ହାଇସ୍କୁ୍‌ଲ ଠାରେ ଅନୁଷ୍ଠିତ ହୋଇଥିଲା ।

ମୁ୍‌ଖ୍ୟ ଅତିଥି ଭାବେ ଶିବାନନ୍ଦ ଆଶ୍ରମ ସ୍ୱାମୀ ଗୁରୁ ଶରଣାନନ୍ଦ, ମୁଖ୍ୟବକ୍ତା ଭାବେ ଆସିକା ଏ.ବି.ଇ.ଓ ଭାଗିରଥୀ ପାତ୍ର, ସମ୍ମାନୀୟ ଅତିଥି ଭାବେ ଆସିକା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଭୁ ନନ୍ଦ ପଣ୍ଡା, ଆସିକା ତହସିଲ ଅବସରପ୍ରାପ୍ତ ବରିଷ୍ଠ କିରାଣୀ ତଥା ଓଡିଶା ରାଜ୍ୟ ଅମଲା ସଂଘ ପୂର୍ବତନ ସମ୍ପାଦକ ପ୍ରସନ୍ନ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ଉତ୍ସବ ସଂଘ ସଭାପତି ସନ୍ତୋଷ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ସରୋଜ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଆଜି ହେଉଛି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିନ । ପ୍ରତିବର୍ଷ ଭଳି ଆଜିର ଦିନ ସେପ୍ଟମ୍ବର ୫ ତାରିଖକୁ ଗୁରୁ ଦିବସ ରୁପେ ପାଳନ କରାଯାଇଥାଏ । ସେ ଜଣେ ଆଦର୍ଶ ଶିକ୍ଷକ, ଦାର୍ଶନିକ, ଦୂରଦର୍ଶୀ ରାଜନେତା ତଥା ପୃଥୀବୀର ସର୍ବ ବୃହତମ ଗଣତାନ୍ତ୍ରିକ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ପରିଚିତ । ଶିକ୍ଷା, ଧର୍ମ, ସଂସ୍କାର ଓ ଗବେଷଣାର ପ୍ରୟୋଗକୁ ନେଇ ରାଧାକ୍ରିଷ୍ଣନଙ୍କ ଅନେକ ଆଲେଖ୍ୟ ରହିଛି, ଯାହା ଆଜି ବି ଶିକ୍ଷା ସଂସ୍କାର କ୍ଷେତ୍ରରେ ବ୍ୟବହାର କରାଯାଉଛି । ସେ ଏକବିଂଶ ଶତାଦ୍ଧୀର ଅଗ୍ରଗାମୀ ଓ ଅଦ୍ୱିତୀୟ ଶିକ୍ଷାବିତ ବୋଲି ଉପସ୍ଥିତ ଅତିଥି ମାନେ ନିଜ ବକ୍ତବ୍ୟରେ ପ୍ରତିକ୍ରିୟା ରଖିଥିଲେ ।

ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଜୟରାମ ନାୟକ, ସୀତାରାମ ବେହେରା, ବଂଶୀଧର ବେହେରା, ଭାସ୍କର ସାହୁ, ମିହିରକାନ୍ତ ମହାପାତ୍ର, ବସନ୍ତ କୁମାର ବେହେରା,ଗିରିଧାରୀ ପାତ୍ର ଓ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଭାଗ୍ୟଲତା ପଣ୍ଡା, ନଳିନୀ କୁମାରୀ ପାତ୍ର, ମନୋରମା ପରିଡା, ସ୍ନେହଲତା ମହାପାତ୍ରଙ୍କୁ ପୁଷ୍ପଗୁଛ ସହ ଉପଢୈାକନ ଦେଇ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆଡଭାଇଜର ରାମନାଥ ପଟ୍ଟନାୟକ, ଅନ୍ୟତମ ଆଡଭାଇଜର ବିଚିତ୍ର ବିହାରୀ ଦାଶ, ଜିଲ୍ଲା କୋର୍ଡିନେଟର ସନ୍ତୋଷ ବେହେରା, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପ୍ରଧାନ, ଉପସଭାପତି ଶିବ ଶଙ୍କର ଜେନା, କୋଷାଧ୍ୟକ୍ଷ ସୁନିଲ ମିଶ୍ର, ଯୁଗ୍ମ ସମ୍ପାଦକ ରାଜ ସ୍ୱାଇଁ, ଗଣପତି ସେଠୀ ସାଙ୍ଗକୁ ସଦସ୍ୟ ସିମାଚଂଳ ସେଠି, ସମିର ନାୟକ, ରାଧାମୋହନ ଡାକୁଆ, ନିରଞ୍ଜନ ପରିଡା, ସତ୍ୟ ନାରାୟଣ ସେଠି, ପଦ୍ମ ଚରଣ ସେଠି, କାଳୁଚରଣ ଖଣ୍ଡୁଆଳ, ହରିବନ୍ଧୁ ବେହେରା, ବସନ୍ତ କୁମାର ସେଠି, ଧୋବା ବେହେରା, ବିଦ୍ୟାଧର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.