ଆସିକା,୬/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଉତ୍ତରପ୍ରଦେଶ କାନପୁର ଠାରେ ଆୟୋଜିତ ଦକ୍ଷିଣ ଏସିଆ ସମ୍ମିଳନୀରେ ଗ୍ରୀନ ଅର୍ଗାନିକ ଡେଭେଲପମେଣ୍ଟ ଅନୁଷ୍ଠାନ (ଗଡ୍ ) ପ୍ରତିଷ୍ଠାତା ତଥା ଆସିକା ବ୍ଲକ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ସମ୍ମାନିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରକୃତି ଓ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।
ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ତଥା ସାଫ ଅଧ୍ୟକ୍ଷ ସତ୍ୟ ପାଉଲଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଞ୍ଜୟ କୁମାର ନାୟକ ପ୍ରତିନିଧିତ୍ୱ କରି ପରିବେଶ ଓ ଏହାର ସୁରକ୍ଷା ପାଇଁ ବିଭିନ୍ନ ଦିଗ ଉପରେ ମତପୋଷଣ କରିଥିଲେ ।

ଭାରତ, ଆଫଗାନିସ୍ତାନ, ପାକିସ୍ତାନ, ମାଳଦ୍ୱିପ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ମିଆଁମାର, ଭୁଟାନ ଓ ନେପାଳର ପ୍ରତିନିଧକୁ ନେଇ ସାଉଥ ଏସିଆନ ଫ୍ରିଟରନିଟି (ସାଫ) କମିଟି ଗଠନ ହୋଇଛି । ୧୯୯୦ ମସିହାରେ ଭାରତର ମିସ୍ ବିମଲା ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ.କେ.ଗୁଜରାଲ, ଅଟଲ ବିହାରି ବାଜପେୟୀ, ବି.ଏନ.ପାଣ୍ଡେ, ଉପରାଷ୍ଟ୍ରପତି କ୍ରୀଷ୍ଣାକାନ୍ତଙ୍କ ପୃଷ୍ଟପୋଷକତାରେ ସାଫ ବାର୍ଷିକୀ ସମ୍ମିଳନୀରେ ଜରିଆରେ ବିଭିନ୍ନ ଦେଶ ମଧ୍ୟରେ ଭାଇଚାରା, ଭୈାଗଳିକ ଓ ପରିବେଶଭିତିକ ସୁସମ୍ପର୍କକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ସରପଚଂ ସଞ୍ଜୟ କୁମାର ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ।
ଚଳିତବର୍ଷ ନଭେମ୍ବର ୧୦ ରେ ଗ୍ରୀନ ଅର୍ଗାନିକ ଡେଭେଲପମେଣ୍ଟ ଅନୁଷ୍ଠାନ ପକ୍ଷରୁ ବାବନପୁର ପଞ୍ଚାୟତ ଗଡଗଡା ପାହାଡ ପାଦଦେଶରେ ମୋକ୍ଷରଧାମ ପ୍ରକୃତି ମାତାଙ୍କ ପୂଣ୍ୟ ପୀଠରେ ପ୍ରଥମ ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳନ କରି ଲୋକଙ୍କ ଭିତରେ ପରିବେଶ ପ୍ରତି ନିଜର ଦାୟିତ୍ୱବୋଧକୁ ବିଶ୍ଲେଷଣ କରାଯାଇଥିଲା ।
ଏହି ବିଶ୍ୱ ପ୍ରକୃତି ଚିନ୍ତନ ଦିବସ ପାଳନ କାର୍ଯ୍ୟକ୍ରମରେ ଭାରତୀୟ ନିର୍ବାଚନ କମିଶନ ପୂର୍ବତନ ମୁଖ୍ୟ ପରାମର୍ଶଦାତା ଡଃ.ଭଗବାନ ପ୍ରକାଶ, ଅବସରପ୍ରାପ୍ତ ଆଇଏଏସ ଅରବିନ୍ଦ ବେହେରା,ପଦ୍ମଶ୍ରୀ ସାବରମତୀ, ସମାଜସେବୀ ମହାସଂଘ ନେତ୍ରୀ ସୁଜତା ପଶାୟତ, ମଧୁସୂଦନ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ନେତା ସୁଧାଶୁଂ ଭୂଷଣ ନାୟକ, ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର ନାଥ ପଣ୍ଡା, ଏବଂ ପଦ୍ମଶ୍ରୀ ଡଃ.ତୁଳସୀ ମୁଣ୍ଡା, ସ୍ୱାସ୍ଥ୍ୟ ବିଜ୍ଞାନୀ ଡଃ.ଅଶୋକ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।